ବୌଦ୍ଧ : ଜିଲ୍ଲା ଶିକ୍ଷା ବିଭାଗର ଜଣେ କିରାଣିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବୌଦ୍ଧ ସହରରେ ଚର୍ଚ୍ଚାର ବିଷୟ ହୋଇଛି। କିରାଣି ଜଣକ କୁଆଡ଼େ ଅନଧିକାରୀ ହସ୍ତକ୍ଷେପ କରୁଥିଲେ। ଅଧିକାରୀଙ୍କ ବିନା ହସ୍ତଖତରେ ଫାଇଲପତ୍ର ଏପଟ ସେପଟ କରୁଥିଲେ। ଧରା ପଡ଼ିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଚର୍ଚ୍ଚାର ସତ୍ୟତା ଜାଣିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦେରା କୁଜୁରଙ୍କୁ ଯୋଗାଯୋଗ କରାଯିବାରେ ଘଟଣା ସତ ବୋଲି କହିଛନ୍ତି। ସରକାରୀ କାଜଗପତ୍ର ଏପଟ ସେପଟ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ବିଲ୍ବୁକ, କ୍ୟାସବୁକରେ ସଂଶୋଧନ ବେଳେ ଅଧିକାରୀଙ୍କ ଇନିସିଆଲ ରହିବା ନିହାତି ଜରୁରି। ତେବେ ସେ ନିଜେ ସଂଶୋଧନ କରିଥିବା ଧରା ପଡ଼ିଛି ବୋଲି କହିଛନ୍ତି। ତେବେ ନିଲମ୍ବିତ କିରାଣିଙ୍କ ନାମ ପ୍ରକାଶ କରିବାରେ ଅନିଚ୍ଛା ପ୍ରକାଶ କରିଛନ୍ତି। ଏହା ବିଭାଗର ଭିତର କଥା, ଖବରକାଗଜରେ ପ୍ରକାଶନ କଲା ଭଳି ବିଷୟ ନୁହେଁ ବୋଲି କହିଛନ୍ତି।
ବୌଦ୍ଧ : ଶିକ୍ଷା ବିଭାଗର କିରାଣି ନିଲମ୍ବିତ
/sambad/media/post_attachments/wp-content/uploads/2020/11/Suspended.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)