ଭୁବନେଶ୍ବର: ଆଜିଠାରୁ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶୁଖିଲା ଓ ଖରାଟିଆ ରହିବ। କାଁଭାଁ କେଉଁଠି ମେଘୁଆ ରହିପାରେ। ଶ୍ରୀଲଙ୍କା ଉପକୂଳସ୍ଥ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପର ପ୍ରଭାବରେ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

Advertisment

ଓଡ଼ିଶାର ୭ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି।

ସୂଚନାଯୋଗ୍ୟ, ଗତ ୨୪ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ରାତ୍ରି ତାପମାତ୍ରା କମିବାର ନଜିର ରହିଛି। କିନ୍ତୁ ଅବଶିଷ୍ଟ ଓଡ଼ିଶାରେ ତାପମାତ୍ରା ସ୍ଥିର ରହିଛି। ଅପରପକ୍ଷେ ପଅରଦିନ ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ଆଜି ମଧ୍ୟ କଟକ, ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ପରିଲକ୍ଷିତ ହୋଇଛି।