ଚିନ୍ମୟ ହନୁମତ୍‌ ମହୋତ୍ସବ ଉଦ୍‌ଯାପିତ

କଟକ : ଚିନ୍ମୟ ହନୁମତ୍‌ ମହୋତ୍ସବ ଉଦ୍‌ଯାପନୀ ଦିବସରେ ହନୁମତ ଗାୟତ୍ରୀ ମହାଯଞ୍ଜ ଅନୁଷ୍ଠିତ ହୋଇଥିଲା। ଏଥି ପାଇଁ ବାଲିଯାତ୍ରା ପଡ଼ିଆରେ ଏକ ସ୍ୱତନ୍ତ୍ର ଯଜ୍ଞମଣ୍ଡପ ନିର୍ମାଣ ହୋଇଥିଲା। ଏକାଦଶ ରୁଦ୍ରଙ୍କୁ ଅଭିଶେଖ କରାଯାଇ ଯଜ୍ଞମଣ୍ଡପରେ ନିର୍ମିତ ୧୧ଟି ଯଜ୍ଞକୁଣ୍ଡରେ ୫୪ଜଣ ସ୍ତୋତ୍ରୀୟ ଯଜମାନ ୧୧୮୮ ଆହୁତି ଅର୍ପଣ କରିଥିଲେ। ଗାୟତ୍ରୀ ବିଦ୍ୟା ପରିଷଦର ମୁଖ୍ୟ ମନୋଜ ମହାପାତ୍ରଙ୍କ ସମେତ ୨୧ଜଣ ପୁରୋହିତ ଏଥିରେ ଅଂଶଗ୍ରହଣ କରିଥିଲେ।

ସ୍ୱାମୀ କୃଷ୍ଣପ୍ରେମାନନ୍ଦ, ସ୍ୱାମୀ ସର୍ବପ୍ରିୟାନନ୍ଦ, ବ୍ରହ୍ମଚାରୀ ଗର୍ଗ ଚୈତନ୍ୟ, ବ୍ରହ୍ମାଚାରୀ ପିୟୁଷ, ସ୍ୱାମୀନୀ ମୁଦିତା, ସ୍ୱାତୀ, ତୁଳସୀ, ନୃସିଂହ ଚରଣ ଦାସ, ହରିହର ସ୍ୱାଇଁ ପ୍ରମୁଖ ହନୁମାନ ଚାଳିଶ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଚିନ୍ମୟ ମନୁମତ ମହୋତ୍ସବ ଅଧ୍ୟକ୍ଷ ପୁରୀ ଗଜପତି ଦିବ୍ୟସିଂହ ଦେବ, ଉପାଧ୍ୟକ୍ଷ କିଶାନଲାଲ୍‌ ଭର୍‌ତିଆ, ଆନ୍ତର୍ଜାତିକ ଚିନ୍ମୟ ମିଶନ ମୁଖ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ଚିନ୍ମୟ ମିଶନ ମୁଖ୍ୟ ପ୍ରଶାସକ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ, ମହୋତ୍ସବ କମିଟି ସଂପାଦକ ଲକ୍ଷ୍ମଣ ସାମନ୍ତରାୟ, ଚିନ୍ମୟ ମିଶନ ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ, ମହୋତ୍ସବ କମିଟି ସହସଂପାଦକ ସଂଗ୍ରାମ କେଶରୀ କରଣ, ଅକ୍ଷୟ କୁମାର ଆଚାର୍ଯ୍ୟ, ନୃସିଂହ ଚରଣ ଶତପଥୀ, ନିହାର ରଞ୍ଜନ ରାୟ, ଅଜିତ ସିଂହ, ହରିହର ସ୍ୱାଇଁ, ନୃସିଂହ ଚରଣ ଦାସ, କମଲ ସିକାରିଆ, ପ୍ରକାଶ ଅଗ୍ରଓ୍ଵାଲ, ପୁରୁଷୋତ୍ତମ ଅଗ୍ରଓ୍ଵାଲ, ପ୍ରମୁଖ ଯୋଗଦେଇଥିଲେ। ସକାଳ ୬ଟାରୁ ଯଜ୍ଞ ଆରମ୍ଭ ହୋଇ ମଧ୍ୟାନ୍ନ ୧୨ଟା ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର