ଜୁଡିସିଆଲ୍‌ ଏକାଡେମିରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ : ତ୍ୱରିତ ବିଚାର ପ୍ରକ୍ରିୟା ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ

କଟକ : ବିଚାର ବିଭାଗୀୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦେବା ଉଚିତ। ନ୍ୟାୟ ପ୍ରଦାନ ଏକ ପବିତ୍ର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ ସମ୍ପାଦନ ବେଳେ ବିଚାର ବିଭାଗୀୟ ଅଧିକାରୀ ତଥା ଅନୁଷ୍ଠାନର ଦକ୍ଷତା ବୃଦ୍ଧି ହେଲେ ନ୍ୟାୟ ପ୍ରକ୍ରିୟା ଅଧିକ ସହଜ ହେବ ଓ ନ୍ୟାୟପୀଠର ଗାରିମା ବୃଦ୍ଧି ପାଇବ। ଏଥିସହିତ ତ୍ବରିତ ବିଚାର ପ୍ରକ୍ରିୟାର ମଧ୍ୟ ଗୁରୁତ୍ବ ରହିଛି। ଓଡ଼ିଶା ଜୁଡିସିଆଲ୍‌ ଏକାଡେମିରେ ଆୟୋଜିତ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ରର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି।

ତ୍ୱରିତ୍‌ ବିଚାର ପ୍ରକ୍ରିୟା ସମ୍ପର୍କରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର କହିଛନ୍ତି ଯେ, ପ୍ରକ୍ରିୟା ବିଳମ୍ବିତ ହେଲେ ମାମଲାରେ ନିର୍ଯାତିତଙ୍କୁ ଯାତନା ଭୋଗିବାକୁ ପଡୁଥିବା ବେଳେ ଅଭିଯୁକ୍ତର କଷ୍ଟ ମଧୢ ବୃଦ୍ଧି ପାଇଥାଏ। ଏଣୁ ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିତାନ୍ତ ଆବଶ୍ୟକ।

ଏଥିସହିତ, ଅଦାଲତରେ ବିଚାରାଧୀନ ମାମଲାଗୁଡିକର ତ୍ୱରିତ ବିଚାର ନିମନ୍ତେ ପ୍ରତି ୧୫ ଦିନରେ ସମୀକ୍ଷା, ପ୍ରତି ମାସରେ ଜିଲ୍ଲା ମାଜିଷ୍ଟ୍ରେଟ (ଜିଲ୍ଲାପାଳ) ଓ ପୁଲିସ ଅଧୀକ୍ଷକ (ଏସପି)ଙ୍କୁ ନେଇ ବୈଠକ କରାଇବାକୁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଜିଲ୍ଲା ଜଜ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆହୁରି ମଧ୍ୟ, ଡିଜିଟାଲ ୱାର୍ଲ୍ଡ ଓ ହାଇଟେକ ଯୁଗରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଜିଲ୍ଲା ଜଜ୍‌ମାନେ ନିୟମିତ କୋର୍ଟ କାର୍ଯ୍ୟ ପରିଚାଳନା ନେଇ ସମୀକ୍ଷା କରିବା ଉଚିତ। ଅଦାଲତରେ ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଗଲେ ତ୍ବରିତ ବିଚାର ସମ୍ଭବ ହେବ ବୋଲି ଜଷ୍ଟିସ୍‌ ମିଶ୍ର ତାଙ୍କ ବକ୍ତବ୍ୟରେ କହିଛନ୍ତି।

ଓଡିଶା ହାଇ‌େକାର୍ଟର ମୁଖ୍ୟ ବିଚାରପତି ତଥା ଓଡିଶା ଜୁଡିସିଆଲ ଏକାଡେମିର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଏହି ଦୁଇ ଦିନ ମଧ୍ୟରେ ‌େମାଟ ୪ଟି ବୈଷୟିକ ପର୍ଯ୍ୟାୟ ସମ୍ପର୍କରେ ଅବଗତ କରାଇବା ସହ ଏହାର ଉପାଦେୟତା ପ୍ରତିପାଦନ କରିଥିଲେ। ଓଡିଶା ଜୁଡିସିଆଲ ଏକାଡେମିର ପ୍ରଶିକ୍ଷଣ କମିଟି ସଦସ୍ୟ ଡକ୍ଟର ଜଷ୍ଟିସ ବିଦ୍ୟୁତ ର˚ଜନ ଷଡଙ୍ଗୀ ସ୍ବାଗତ ଭାଷଣ ଦେଇଥିଲେ। ଓଡିଶା ଜୁଡିସିଆଲ ଏକାଡେମିର ପ୍ରଶିକ୍ଷଣ କମିଟିର ଅନ୍ୟତମ ସଦସ୍ୟ ଜଷ୍ଟିସ ଏସ.ଏନ. ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏକାଡେମିର ନିର୍ଦ୍ଦେଶକ ଗୌରୀଶଙ୍କର ଶତପଥି ଓ ଅନ୍ୟାନ୍ୟ ପଦାଧିକାରୀ ପରିଚାଳନା କରିଥିଲେ। ଏହି ଆଲୋଚନାଚକ୍ରରେ ୩ ଜଣ ସୁପ୍ରିମ‌େକାର୍ଟ ବିଚାରପତିଙ୍କ ସହିତ ୧୮ଟି ହାଇକୋର୍ଟର ବିଚାରପତି ଯୋଗ ଦେଇଥିଲେ। ସାରା ଦେଶରୁ ମୋଟ ୧୪୦ ଜଣ ବିଚାର ବିଭାଗୀୟ ଅଧିକାରୀ ଏହି ଆଲୋଚନାଚକ୍ରରେ ଅ˚ଶଗ୍ରହଣ କରିଥିଲେ। ଏଥିସହିତ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ସମସ୍ତ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର