ଭୁବନେଶ୍ୱର : ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆମ୍ବ ମେଳା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓରମାସ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର ଉଦଯାପିତ ହୋଇଛି । ଏହି ମେଳାକୁ ସଫଳ କରିଥିବାରୁ ଆମ୍ବ ଚାଷୀ ତଥା ଆମ୍ବ ଉତ୍ପାଦକ ଗୋଷ୍ଠୀଙ୍କୁ ଧନ୍ୟବାଦ ଜଣାଇଥିଲା ଓରମାସ।
/sambad/media/post_attachments/wp-content/uploads/2019/06/mango-300x172.jpg)
କେବଳ ଆମ୍ବ ନୁହେଁ ଆଗାମୀ ଦିନରେ ସପୁରୀ ଓ ପିଜୁଳି ଆଦି ଫଳକୁ ନେଇ ଏଭଳି ମେଳା ଆୟୋଜନ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ଆମ୍ବ ମେଳା ସ୍ମାର୍ଟସିଟିବାସୀଙ୍କ ମଧ୍ୟରେ ବେଶ ଆଦୃତ ହୋଇପାରିଥିଲା।
/sambad/media/post_attachments/wp-content/uploads/2019/06/amba-mela-bbsr-300x200.jpg)
ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଆମ୍ବ ମେଳାରେ ବିଭିନ୍ନ କିସମର ଆମ୍ବ ଦେଖିବାକୁ ମିଳିଥିଲା । ଏହି ଆମ୍ବ ମେଳାରେ ୯ ଜିଲ୍ଲାରୁ ଆମ୍ବ ଚାଷୀ ଓ ଉତ୍ପାଦକ ଗୋଷ୍ଠୀ ସାମିଲ ହୋଇଥିଲେ । ପୂର୍ବରୁ ଏହି ଆମ୍ବ ମେଳାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଉଦଘାଟନ କରିବା ସହ ଆମ୍ବ ଷ୍ଟଲ ବୁଲି ଦେଖିଥିଲେ । ଏପରିକି ଚାଷୀ ମାନଙ୍କ ସହ ଆଲୋଚନା ପରେ ରାଜ୍ୟର ଫଳ ଚାଷୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ଉପଯୁକ୍ତ ବଜାର ସୁବିଧା ଯୋଗାଇଦେବା ପାଇଁ ଓରମାସ୍ ତରଫରୁ ସବୁ ଜିଲ୍ଲା ମୁଖ୍ୟାଳୟରେ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ୫ ଦିନିଆ ଆମ୍ବ ମେଳାରେ ପ୍ରାୟ ୩୬ ମେଟ୍ରିକ ଟନ୍ ଆମ୍ବ ବିକ୍ରି କରିଥିଲେ ଚାଷୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/amba-mela-fa.jpg)
