ରାଉରକେଲାର ୪ ହୋଟେଲକୁ ବନ୍ଦ ନୋଟିସ୍‌

ରାଉରକେଲା : ତରଳ ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ୍‌ (ଏସ୍‌ଟିପି) ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନକରି ବାହାରକୁ ଅପରିଷ୍କୃତ ଜଳ ଛାଡୁଥିବା ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ରାଉରକେଲାସ୍ଥିତ ଆଞ୍ଚଳିକ ଅଫିସର ସହରର ୪ଟି ହୋଟେଲ୍‌ ସଂସ୍ଥାକୁ ବନ୍ଦ ନୋଟିସ୍‌ ଜାରି କରିଛନ୍ତି। ନୋଟିସ୍‌ ପାଇବା ମାତ୍ରେ ହୋଟେଲ୍‌ କାର୍ଯ୍ୟକଳାପ ବନ୍ଦ ରଖିବାକୁ ସେଥିରେ ନିର୍ଦ୍ଦେଶ ଅଛି। ଏଥି ସହ କେଉଁ ତାରିଖର କେତେବେଳେ ହୋଟେଲ ବନ୍ଦ କଲେ ତାହା ଜଣାଇବାକୁ ଆଞ୍ଚଳିକ ଅଫିସର ହୋଟେଲ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ହୋଟେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ଵିତ କରାଯିବ ବୋଲି ନୋଟିସ୍‌ରେ ସ୍ପଷ୍ଟ କରାଯାଇଛି।

ପାନପୋଷସ୍ଥିତ ହୋଟେଲ ତ୍ରିଦେବ ଇଣ୍ଟରନ୍ୟାସନାଲ୍‌, ରାଉରକେଲା ରେଳ ଷ୍ଟେସନ୍‌ ନିକଟସ୍ଥ ହୋଟେଲ୍‌ ବସେରା, ଗାନ୍ଧୀ ରୋଡ଼୍‍ସ୍ଥିତ ହୋଟେଲ୍‌ ଫ୍ରେଣ୍ଡସ୍‌ ଓ ମେସର୍ସ ପଞ୍ଜାବ ଲଜ୍‌ର ମାଲିକମାନଙ୍କୁ ଏହି ବନ୍ଦ ନୋଟିସ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର