ବୀରମହାରାଜପୁର : ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏନେଇ ସୋମବାର ବୀରମହାରାଜପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ଜରୁରୀ ସେବାକୁ ବାଦ୍ ଦେଲେ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଥିଲା। ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ବିଜେପି କର୍ମକର୍ତ୍ତାମାନେ ପିକେଟିଂ କରିଥିଲେ।
/sambad/media/post_attachments/wp-content/uploads/2021/10/6d97ef57-cc4f-4efd-94af-0c822b16e4cf.jpg)
ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଭୋଇଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତାମାନେ ବୀରମହାରାଜପୁର ମୁଖ୍ୟଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୃତ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ମାମଲାର ନିରପେକ୍ଷ ସିବିଆଇ ତଦନ୍ତ କରାଯାଉ ବୋଲି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ କିଶୋର ହୋତା ଦାବି କରିଥିଲେ। ସବ୍ଜଜ୍ କାର୍ଯ୍ୟାଳୟଠାରେ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଉପସଭାନେତ୍ରୀ ନଳିନୀ ପଣ୍ଡାଙ୍କ ନେତୃତ୍ବରେ ପିକେଟିଂ କରାଯାଇଥିଲା। ଜିଲ୍ଲା ଯୁବ ବିଜେପି ସଭାପତି ସନ୍ତୋଷ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାରୀନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀ, ଗୌର ଜଗଦଲା, ଆଶ୍ରୟ ମହାନନ୍ଦ, ବୀରମହାରାଜପୁର ମଣ୍ଡଳ ସଭାପତି ହରିହର ପାତ୍ର, ସୁବଳୟା ମଣ୍ଡଳ ସଭାପତି ଅଶୋକ ସାହୁ, ଯୁବନେତା ଭୀଷ୍ମ ଦନ୍ତା, ଭୋଳା ଶଙ୍କର ବାଘ, ପଦାର୍ଥ ଜଗଦଲା, ସନତ ହୋତା, ପଙ୍କଜ ନାଏକ, ରମେଶ ପଣ୍ଡା, ଏକଲବ୍ୟ ବେହେରା, ଭଗବାନ ବାଘ, ରାଧାଚଣ ମେହେର, ସାରଙ୍ଗ ପ୍ରଧାନ, ସେନାପତି ଭୋଇ, ବଳରାମ ବଘାର ପ୍ରମୁଖ ସାମିଲ ହୋଇଥିଲେ। ଅପରପକ୍ଷରେ କିଛି ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଏହି ଆନ୍ଦୋଳନରେ ଦେଖିବାକୁ ମିଳିନଥିବାରୁ ସାଧାରଣରେ ନାନା ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/0b42e439-0833-46b2-a04e-da1a5790ce22.jpg)