ଛତିଆ : ଦର୍ପଣ ତହସିଲ ପକ୍ଷରୁ ଆଜି ସିହା ଗ୍ରାମରେ ଜବରଦଖଲ ଉଚ୍ଛେଦ କରାଯାଇଛି। ବଡ଼ଚଣା ବ୍ଲକ ସିହା ଗ୍ରାମର ସମୀର ମହାନ୍ତି ନିଜ ଘର ପଛପଟେ ସରକାରୀ ଜାଗାରେ କଂକ୍ରିଟ୍ ଢଳେଇ ରାସ୍ତା କରିଥିଲେ। ଫଳରେ ବର୍ଷାପାଣି ନିଷ୍କାସନ ହୋଇପାରୁ ନଥିଲା। ଏ ବିଷୟରେ ଗ୍ରାମବାସୀ ଦର୍ପଣ ତହସିଲଦାର ଓ ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।
ଶେଷରେ ଆଜି ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଦର୍ପଣ ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାଶ ଓ ବଡ଼ଚଣା ପୁଲିସ ଉପସ୍ଥିତିରେ କଂକ୍ରିଟ ରାସ୍ତା ଓ ଜବରଦଖଲ ସରକାରୀ ଜାଗାରୁ ଉଚ୍ଛେଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/28-5.jpg)