ଲୁଗାଦୋକାନୀ ଝିଅ ପ୍ରୀତିରେଖା ପାଇଲେ ଓଏଏସ୍

କରଞ୍ଜିଆ ଗୋଲେଇ: କରଞ୍ଜିଆ ନୂଆସାହି ବାସିନ୍ଦା  ପ୍ରୀତିରେଖା ବେହେରା  ଆଜି ଘୋଷିତ ଓସିଏସ୍‌ସି  ପରୀକ୍ଷାରେ ୧୦୯ ସ୍ଥାନ ହାସଲ କରି ବ୍ଲକ ସମେତ ଜିଲ୍ଲାର ଗୌରବ ବଢାଇଛନ୍ତି। ଗରିବ ପରିବାରର ମଫସଲ ଗାଁ ପାପଡ଼ାରେ ଜନ୍ମିତ ପ୍ରୀତିରେଖାଙ୍କ ବାପା ବିଜୟ ବେହେରା ଜଣେ ଲୁଗାଦୋକାନୀ ଥିବାବେଳେ ମାଆ ସରସ୍ବତୀ ଗୃହିଣୀ ଓ ମହିଳା ଗୋଷ୍ଠୀ ସଦସ୍ୟା ଅଟନ୍ତି।

ଆଜି ପ୍ରୀତିରେଖାଙ୍କ ଏହି ସଫଳତା ସନ୍ଧ୍ୟାରେ ଘୋଷଣା ପରେ ବିଭିନ୍ନ ମହଲଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ୩୯୨ଜଣ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରୀତିରେଖା ୧୦୯ତମ ସ୍ଥାନ ହାସଲ କରି  ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ପ୍ରୀତିରେଖା ଖଜୁରୀସାଗର ହାଇସ୍କୁଲରୁ ମାଟ୍ରିକ, କରଞ୍ଜିଆ କଲେଜରୁ ଗ୍ରାଜୁଏସନ ଓ ବାଣୀବିହାରରୁ ପିଜି ପାସ ପରେ ଏବେ କରଞ୍ଜିଆ ଅଦାଲତରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ।

ସମ୍ବନ୍ଧିତ ଖବର