ପୁଲଓ୍ୱାମାରେ ସହିଦ୍‌ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜମ୍ମୁ କଶ୍ମୀରର ପୁଲବାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ୨ ଓଡ଼ିଆ ସହିଦ୍‌ ଯବାନ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ସହିଦ୍‌ ଯବାନ ପ୍ରସନ୍ନ କୁମାର ସାହୁ ଓ ସହିଦ୍‌ ଯବାନ ମନୋଜ କୁମାର ବେହେରାଙ୍କ ପରିବାକୁ ୧୦-୧୦ ଲକ୍ଷ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି।

ଦୁଇ ଓଡ଼ିଆ ଯବାନ୍‌ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲା ନିଆଳି ଅଞ୍ଚଳରରତନପୁର ଗ୍ରାମର ମନୋଜ କୁମାର ବେହେରା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଏକ ମିନିଟ ନୀରବ ପ୍ରାର୍ଥନା କରି ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ଟେଲିଫୋନ ଯୋଗେ ଦୁଇ ଓଡ଼ିଆ ସହିଦଙ୍କ ପରିବାର ବର୍ଗ ସହ କଥା ହୋଇ ସମବେଦନା ଜଣାଇଥିଲେ। ଏଥିସହ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ସହିଦ ପରିବାର ସହ ଭେଟି ଆଲୋଚନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର