ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ୭ମ ବେତନ କମିସନ୍ ଦରମା ବକେୟାର ୧୦% ସହ ୫% ମହଙ୍ଗା ଭତ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ପିଛିଲା ଭାବେ ଜାନୁଆରି ୨୦୨୦ରୁ ଏହି ମହଙ୍ଗା ଭତ୍ତା ଲାଗୁ କରାଯିବ।
୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ କମିସନ୍ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦% ଦିଆଯିବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିରେ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।
୨୦୧୭-୧୮ ଓ ୨୦୧୮-୧୯ ବର୍ଷ ପାଇଁ ପେନ୍ସନ୍ଭୋଗୀଙ୍କ ଶତପ୍ରତିଶତ ବକେୟା ପ୍ରଦାନ କରାଯିବ ବୋଲି ପୂର୍ବରୁ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଭଳି ୪୦ ପ୍ରତିଶତ କର୍ମଚାରୀ ସେମାନଙ୍କ ବକେୟା ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/cm-naveen.jpg)