୩ଟି ପଞ୍ଚାୟତ ପାଇଁ ୧.୧୫ କୋଟି ଟଙ୍କାର  ୨୩ଟି ପ୍ରକଳ୍ପକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ‘ଆମ ଗାଁ ଆମ ବିକାଶ’କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ୨୩  ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୧ କୋଟି  ୧୫ ଲକ୍ଷ ଟଙ୍କା  ଖର୍ଚ୍ଚ ହେବ।

ମୁଖ୍ୟମନ୍ତ୍ରୀ  ଗତ ପଞ୍ଚାୟତ ଦିବସ ପରଠାରୁ ପ୍ରତି ବୁଧବାର ଓ ଶୁକ୍ରବାର ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ ଭିଡିଓ କନ୍‌ପରେନ୍‌ସିଂ ଜରିଆରେ  ଗାଁର ବିକାଶ ପାଇଁ ଆଲୋଚନା କରୁଛନ୍ତି। ଏହ ତେବେ ଗତକାଲି ସରକାରୀ ଛୁଟି ଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସରପଞ୍ଚ ଓ ଅନ୍ୟ ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ  ଶ୍ରୀ ପଟ୍ଟନାୟକ ଅନୁଗୁଳ ଜିଲ୍ଲାର ବଡ଼କେରା ପଞ୍ଚାୟତର ୮ଟି ପ୍ରକଳ୍ପ ପାଇଁ, ବଲାଙ୍ଗୀର ଜିଲ୍ଲାର ଟିକ୍ରାପଡ଼ା ପଞ୍ଚାୟତର ୭ଟି  ପ୍ରକଳ୍ପ ପାଇଁ ୪୦ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ଦୁର୍ଲଗା ପଞ୍ଚାୟତର ୮ଟି ପଞ୍ଚାୟତ ପାଇଁ ୩୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର