କଟକ: ଆଜି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ‘ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ମୁଁ ଋଣୀ । କଟକ ସହ ଆମ ପରିବାରର ସମ୍ପର୍କ ସ୍ୱତନ୍ତ୍ର । ବିଜୁବାବୁଙ୍କ ଜନ୍ମ କଟକରେ । ଜନତାଙ୍କ ସହଯୋଗ ଯୋଗୁ ଆମେ୨୦ ବର୍ଷ ଧରି ସେବା କରିପାରିଛୁ । ଏସସିବିରେ ଲୋକଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଆମର ଲକ୍ଷ୍ୟ। ବିଜୁବାବୁଙ୍କ ଜନ୍ମଦିନରେ ଏସସିବିର ସଂପ୍ରସାରିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଁ ବହୁତ ଖୁସି ।’
ଏହି ଉତ୍ସବରେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନା ଓ ରଣେନ୍ଦ୍ରପ୍ରତାପ ସ୍ବାଇଁଙ୍କ ସମେତ ରାଜ୍ୟର ଅଧିକାଂଶ ମନ୍ତ୍ରୀ, ବିଧାୟକ, ସାଂସଦ ଯୋଗ ଦେଇଥିଲେ। ଏହି ଉତ୍ସବରେ ୫-ଟି ସଚିବ ଭି .କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ୭୦ ହଜାରରୁ ଅଧିକ ବିଜେଡି କର୍ମୀ ଯୋଗ ଦେଇଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2020/03/Kila-Maidan.jpg)
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ବିଶ୍ବସ୍ତରୀୟ କରିବା ଲାଗି ଉଦ୍ଦିଷ୍ଟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ତା’ଛଡ଼ା ଏଠାରେ ଛଅ ଲେନ୍ ବିଶିଷ୍ଟ ରିଙ୍ଗରୋଡର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ଏସଡିସି ଫୁଟବଲ୍ ମ୍ୟାଚରେ ବିଜୟୀ ପୁରୁଷ ଏବଂ ମହିଳା ଦଳକୁ ପୁରସ୍କାର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ହେଉଛି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଆଜିର ଦିନକୁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/SCB-Inauguration_Thumbnail.jpg)