କଟକ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କଟକର ଓଡ଼ିଆ ବଜାରସ୍ଥିତ ସଂଗ୍ରହାଳୟରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ମହାନଦୀ ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ଏସସିବିର ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କରିଥିଲେ।publive-image

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ କଟକର ଏସ୍ ସି ବି ମେଡିକାଲ୍ ବିଶ୍ବସ୍ତରୀୟ ହେବ। ଏହାର ମାର୍ଚ ମାସରୁ ଆରମ୍ଭ ହେବ। ଏନେଇ ଲୋକଙ୍କ ମତ ସଂଗ୍ରହ କରାଯିବ ବୋଲି କହିଥିଲେ। କଟକର ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ ବୋଲି ବି ଘୋଷଣା କରିଥିଲେ। ଏସ୍ ସି ବି ମେଡିକାଲର ଦ୍ବିତୀୟ କ୍ୟାମ୍ପସ ନେଇ ଆଲୋଚନା ହୋଇଛି ବୋଲି ବି ସେ ସୂଚନା ଦେଇଥିଲେ |

ମହାନଦୀ ପଠାରେ ୪୨୧ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ହେବ | କ୍ରୀଡ଼ା, ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ହେବ ପ୍ରକଳ୍ପ | ଏଥିରେ ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜିକରଣ ଓ ପାର୍କିଂକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ।publive-image

ଏହି ସମୟରେ କଟକ ଜିଲ୍ଲାର ସବୁ ମନ୍ତ୍ରୀ, ବିଧାୟକ ଏବଂ ବିଭାଗୀୟ ସଚିବ ଉପସ୍ଥିତ ଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।