ଭୁବନେଶ୍ବର : ଅକ୍ସଫୋର୍ଡ-ଆଷ୍ଟ୍ରେଜେନିକା ଟିକାକୁ ବିଶେଷଜ୍ଞ କମିଟି ମଂଜୁରୀ ଦେବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନେର ସେରମ ଇନଷ୍ଟିଚ୍ୟୁଟକୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦନ ହେଉଥିବା କୋଭିସିଲ୍ଡ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ଲାଗି ଏହି କମ୍ପାନିକୁ ଅଭିନନ୍ଦନ ଜଣାଉଛି । ଏହା ବେଶ ଉପଯୋଗୀ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି ଯେ ‘ଓଡ଼ିଶା ପ୍ରସ୍ତୁତ’ ।
Congratulate @SerumInstIndia as the Covishield vaccine manufactured by it has been recommended for emergency use authorisation in India. Hopeful that this will be a gamechanger. #Odisha is prepared. pic.twitter.com/RCtEcVhtFf
— Naveen Patnaik (@Naveen_Odisha) January 1, 2021
ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ଏକ ବିଶେଷଜ୍ଞ କମିଟି ଆଜି କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସରକାରଙ୍କୁ ସୁପାରିଶ କରିଛି । ସିରମ ଇନଷ୍ଟିଚ୍ୟୁଟ ଇତି ମଧ୍ୟରେ ଏହି ଟିକାର ପ୍ରାୟ ୫ କୋଟି ଡୋଜ ଉତ୍ପାଦନ କରି ଗଚ୍ଛିତ ରଖିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ଶନିବାର ସୁଦ୍ଧା ଏସବୁ ଟିକା ବିଭିନ୍ନ ରାଜ୍ୟମାନଙ୍କୁ ପ୍ରେରଣ ଆରମ୍ଭ କରାଯିବ । ଆସନ୍ତା କାଲି ଅର୍ଥାତ ୨ ତାରିଖରୁ ଓଡ଼ିଶା ସମେତ ଦେଶର ପ୍ରତି ରାଜ୍ୟରେ କରୋନା ଟିକାକରଣର ଡ୍ରାଇରନ ବା ରିହଲସାଲ ହେବ ।