ଭୁବନେଶ୍ୱର: ଗତ ୩ ତାରିଖ ଦିନ ନନ୍ଦନକାନନ ସିଂହ ସଫାରି ବସ ଧକ୍କାରେ ଗୁରୁତର ହୋଇଥିବା ପର୍ଯ୍ୟଟକ ଅମୀୟ ରଂଜନ ଭାରିମଲ୍ଲଙ୍କର ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ଶ୍ରୀ ଭାରିମଲ୍ଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି।
ଅମୀୟଙ୍କ ଘର ଭୁବନେଶ୍ୱର ସିଭି ରମଣ କଲେଜ ନିକଟ ମହୁରାରେ । ସେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ।ଗତ ୩ ତାରିଖ ଦିନ ସେ ନନ୍ଦନକାନନ ବୁଲିବାକୁ ଆସିଥିବା ବେଳେ ନନ୍ଦନକାନନର ସିଂହ ସଫାରୀରେ ବସ ଧକ୍କାରେ ଅମୀୟଙ୍କ ସମେତ ୩ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ । ଆଜି ଅମୀୟଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ତାଭ୍କ ପରିବାର ପକ୍ଷରୁ ନନ୍ଦନକାନନ କର୍ତୃପକ୍ଷଙ୍କ ବିରୋଧରେ ଏତଲା ଦିଆଯାଇଛି। କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ହୋଇଥିବା ଦର୍ଶାଇ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି ହୋଇଛି ।
ନନ୍ଦନକାନନ ବସ୍ ଦୁର୍ଘଟଣାର ମୃତ ଛାତ୍ରଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2018/01/nandankanan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)