ଭୁବନେଶ୍ୱର: ଭୁବନେଶ୍ୱରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର | ଖଡ଼ିଆଳରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରୁଥିଲେ | ତେବେ କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର | ଭୁବନେଶ୍ୱର ଆକାଶରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅଧଘଣ୍ଟା ଉଡ଼ିଥିଲା | ଏହାପରେ ଝାରସୁଗୁଡ଼ା ଯାଇଥିଲା ହେଲିକପ୍ଟର | ସେଠାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା | ଏହି ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ସହ କାର୍ତ୍ତିକ ପାଣ୍ଡିଆନ ଥିବାବେଳେ ଉଭୟ ସୁରକ୍ଷିତ ଅଛନ୍ତି |
ଭୁବନେଶ୍ୱରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
/sambad/media/post_attachments/wp-content/uploads/2024/05/e8d191aa-713c-4c97-8860-ab972b861417.jpeg)