କେନ୍ଦ୍ରାପଡ଼ା: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକାରେ 'ଅରଣ୍ୟ ନିବାସ' ର ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ୍ ଆର୍. ଯାଦବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ,ମହିଳା ଶିଶୁ ବିକାଶ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପଦେଷ୍ଟା ସୁଲଚନା ଦାସ, ବିଜେଡ଼ି ମୁଖପାତ୍ର ସୁଲତା ଦେଓ, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ବିଜେଡି ନେତ୍ରୀ ଏଲିନା ଦାଶ ମଧ୍ୟ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2020/12/ea205ccc-b4d8-4ff7-858a-5d4759fa9794-1024x613.jpg)
ରାଜ୍ୟ ତଥା ରାଜ୍ୟ ବାହାର କିମ୍ବା ବିଦେଶୀ ପର୍ଯ୍ୟଟକଙ୍କ ହାତପାହାନ୍ତାରେ ସମସ୍ତ ସୁବିଧା ସୁଯୋଗ ଓ ରହଣୀ ସହ ସେମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନରେ ମନୋରମ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ ପ୍ରଦାନ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ବେଶ୍ ସହାୟକ ହେବ। ଯେଉଁମାନେ ଭିତରକନିକା ର ଅରଣ୍ୟ ନିବାସ ରେ ରାତ୍ରିଯାପନ କରିବାକୁ ଚାହୁଁଛନ୍ତି, ଆସନ୍ତାକାଲି ଠାରୁ www.panthanivas.com ରେ ବୁକିଂ କରିପାରିବେ ।
ବର୍ତ୍ତମାନ ଅରଣ୍ୟ ନିବାସ ରେ ମୋଟ୍ ୧୨ ଟି ରୁମ୍ ର ବ୍ୟବସ୍ଥା କରାଯାଇଛି । ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟ ର ବ୍ୟବସ୍ଥା ରହିଛି ଯେଉଁଠି ଯେକୌଣସି ପର୍ଯ୍ୟଟକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ମଧ୍ୟ ଖାଇପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/0810a07d-ba1e-4ffd-bb02-0c4f5e23a5b9.jpg)