ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କରିଡର୍‌ ନକ୍ସାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୋମବାର ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର ‘ସୌନ୍ଦର୍ଯ୍ୟକରଣ ନକ୍ସା’କୁ ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ‘ସୌନ୍ଦର୍ଯ୍ୟକରଣ ନକ୍ସା’ ସଂପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇ-ମେଲ୍‌ ଜରିଆରେ ୨୦୨୦ ଜାନୁଆରି ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପଠାଇବା ନିମନ୍ତେ ପରାମର୍ଶ ଦେଇଛନ୍ତି।

ଶ୍ରୀଜଗନ୍ନାଥ ଐତିିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତି ବିଶେଷମାନେ ଜମି ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ଜମି ଦାନ କରିଥିବା ବ୍ୟକ୍ତିବି‌ଶେଷଙ୍କ ନାମ ଏହି ଐତିହ୍ୟ କରିଡରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନିତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଐତିହ୍ୟ କରିଡର୍‌ ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ତାର ଚତୁପାର୍ଶ୍ବର ୭୫ ମିଟର ପର୍ଯ୍ୟନ୍ତ ଖାଲି କରାଯାଇ ଏହାର ବିକାଶ ଓ ସୌନ୍ଦର୍ଯ୍ୟକାରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆଜି ଲୋକାର୍ପିତ ହୋଇଥିବା ଏହି ନକ୍ସାରେ କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ଯୋଜନାକୁ ପ୍ରଦର୍ଶିତ କରାଯାଇଛି । ଶ୍ରୀମନ୍ଦିରର ସୁରକ୍ଷା ଓ କାର୍ଯ୍ୟକାରିତା ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ବ ଏ ସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତଧାରୀମାନଙ୍କୁ ଅର୍ପଣ କରିବା ପାଇଁ ସ୍ଥିର କରାଯାଇଛି।

ସମ୍ବନ୍ଧିତ ଖବର