ବାରିପଦାରେ ୧୧ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାରିପଦା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ୧୧ଟି ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦା ଛଉପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ୨୦ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଟଙ୍କା ଲେଖାଏଁ ସିଡ୍‌ ମନି ସହାୟତା ପ୍ରଦାନ କରିବା ସହିତ ୨୬ଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତିିି। ଏତଦ୍‌ବ୍ୟତୀତ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯୪୧୮ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ସହିତ ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘ ଗୁଡ଼ିକୁ ମୋଟ୍‌ ୪୯କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତିି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଳା ବ୍ଲକ୍‌ରେ ଚମ୍ପାନଦୀ ଓ ସୋନ ନଦୀ ଉପରେ ନିର୍ମିତ ସେତୁର ଉଦ୍‌ଘାଟନ , ଉଦଳା ଉପଖଣ୍ଡ ଡାକ୍ତରଖାନାର ନୂତନ ନିର୍ମିତ ମାତୃଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।


ସେହିପରି ବାରପଦା ମହିଳା ଓ ଏମପିସି ଜୁନିୟର କଲେଜର ୩୦୦ ସିଟ ବିଶିଷ୍ଟ ଛାତ୍ରୀ ନିବାସ,ତକତପୁରସ୍ଥିତ ଏମପିସି ସ୍ୱୟଂଶାସିତ କଲେଜର ୪୦୦ସିଟ ବିଶିଷ୍ଟ ଛାତ୍ରୀନିବାସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର