ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ରାତ୍ରି ‘ଆହାର’ : ୧୫ ହଜାର ଲୋକଙ୍କୁ ୫୬ଟି ଆହାର କେନ୍ଦ୍ରରେ ରାତ୍ରିଭୋଜନର ସୁବିଧା

1
ଭୁବନେଶ୍ବର : ଏଣିକି ରାତିରେ ମିଳିବ  ଆହାର । ଆଜିଠୁ ଆହାର ଯୋଜନାରେ ରାତ୍ରି ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲ ପରିସରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଖୋଲୁଥିବା ନୂଆ ଆହାର କେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୬ଟି ପ୍ରମୁଖ ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ରରେ ଏଣିକି ରୋଗୀଙ୍କ ସମ୍ପର୍କୀୟ ଏବଂ ଚିକିତ୍ସା ପାଇଁ ଆସୁଥିବା ଜନସାଧାରଣଙ୍କ ପାଇଁ ଆହାର ଯୋଜନାରେ ରାତ୍ରିଭୋଜନ ମିଳିବ । ପ୍ରତିଦିନ ରାତି ୭ଟା ରୁ ୯ଟା ଭିତରେ ୧୫ ହଜାର ଲୋକଙ୍କୁ ୫୬ଟି ଆହାର କେନ୍ଦ୍ରରେ ରାତ୍ରିଭୋଜନର ସୁବିଧା ମିଳିବ ।
ତେବେ ସବୁଠାରୁ ବଡ କଥା ହେଉଛି, ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଅନଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧ ଦିବସ ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ। ଏଥିପାଇଁ କେବଳ ଅନଲାଇନ ମାଧ୍ୟମରେ ଦାନ ଗ୍ରହଣଟ କରାଯିବ ଓ ଏଥିରେ ଶତପ୍ରତିଶତ ଆୟକର ରିହାତି ମିଳିବ ।
ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. All India News Network says

    It’s a good system of Providing food during the Nights in important places where the people expect subsidized food.This is another best Welfare Scheme of Honourable Chief Minister Shri.Naveen Patnaik for the people of odisha.
    There is a latest news about the small and petty village Shopkeepers that they want a ENHANCED SIZE OF ONE RUPEE COINS IN 2019.A suitable Series of Literacy programs for those people are required to be given because Of their Demand for ONE RUPEE in Enhanced Size.After 70 years of India’s independence the Sizes of One Rupee Coins were been minted to attract the village people who like only one rupee for their Routine business.