ଜିଲ୍ଲା ପାଲିଏଟିଭ କେୟାର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେଭା ଭବନଠାରେ ଜିଲ୍ଲା ପାଲିଏଟିଭି କେୟାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାସ୍ତରୀୟ ଡାକ୍ତରଖାନା, ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ଓ ରାଉରକେଲାର ଆରଜିଏଚରେ ଏହି ସେବା ପ୍ରଦାନ କରାଯିବ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡାକ୍ତରଖାନାରେ ଥିବା ରୋଗୀ ଓ ବାହାର ରୋଗୀମାନଙ୍କୁ ମାଗଣାରେ ବିଶେଷଜ୍ଞ ପରାମର୍ଶ, ମାଗଣା ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ, ମୁକ୍ତ ଫିଜିଓଥେରାପୀ, ଆଧ୍ୟାତ୍ମିକ ଚିକିତ୍ସା, ଜରୁରୀକାଳୀନ ସେବା, ପୋଷଣ ସହାୟତା, ସେବାକାରୀଙ୍କ ତାଲିମ ଆଦି ଯୋଗାଇଦିଆଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସୁସ୍ଥ ଓଡ଼ିଶା ସୁଖୀ ଓଡିଶା ଲକ୍ଷ୍ୟ ହାସଲ ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ସୂଚନାଯୋଗ୍ୟ ଯେ ପାଲିଏଟିଭି କେୟାରର ଅର୍ଥ ହେଉଛି କ୍ୟାନସର, କିଡନୀ ରୋଗ, ଲିଭର ରୋଗ,ଏଚଆଇଭି, ଫୁସଫୁସ ସମସ୍ୟା ଆଦି ବିଭିନ୍ନ ପ୍ରକାରର ଜଟିଳ ରୋଗରେ ପଡିଥିବା ରୋଗୀମାନଙ୍କର ସ୍ୱତନ୍ତ୍ର ପ୍ରକାରର ସେବାଯତ୍ନ ଯୋଗାଇଦେବା ଯେପରିକି ସେମାନଙ୍କର ଜୀବନମାନରେ ଉନ୍ନତି ହୋଇପାରିବ ।

ସମ୍ବନ୍ଧିତ ଖବର