ରାଇରଙ୍ଗପୁର/ଖିଚିଂ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜଗସ୍ତ ଅବସରରେ ଖିଚିଂ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଶୁଭାରମ୍ଭ କରାଯାଉଛି। ଲକ୍ଷପତି ଦିଦି ଯୋଜନା, ସୁଭଦ୍ରା ଯୋଜନା ସମେତ ବହୁ ଯୋଜନା ଆରମ୍ଭ କରାଯାଇଛି। ସୁଭଦ୍ରା ଯୋଜନାରେ ଆଜି ସୁଦ୍ଧା ଏକ କୋଟି ମହିଳା ପଂଜୀକରଣ କରି ସାରିଲେଣି। ଆସନ୍ତା ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହିତାଧିକାରୀମାନଙ୍କ ପାଖକୁ ଦ୍ଵିତୀୟ କିସ୍ତି ସୁଭଦ୍ରା ଯୋଜନା ଟଙ୍କା ଡିବିଟି ମାଧ୍ୟମରେ ଯିବ। ତାହା ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ଜିଲ୍ଲା ବ୍ରହ୍ମପୁର ସମାରୋହରୁ ଶୁଭାରମ୍ଭ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରପଞ୍ଚ ଭଳି ତଳ ସ୍ତରରୁ ଆସି ଆଜି ମୁଖ୍ୟମନ୍ତ୍ରୀ ହୋଇଛି। ଏଣୁ ସମସ୍ତଙ୍କ ଦୁଃଖ ସୁଖ ଜାଣି ପାରୁଛି। ପୂର୍ବ ସରକାର ଯିଏକି ୨୪ ବର୍ଷ ଶାସନ କାଳରେ ଲୋକଙ୍କ କଥା ଚିନ୍ତା କରିନଥିବା ବେଳେ ଆଜି ମୋହନ ସରକାରଙ୍କ ୮ ମାସର ଶାସନର ହିସାବ ମାଗୁଛନ୍ତି। ସମସ୍ତେ ଜାଣନ୍ତି ମୋହନ ସରକାର ୮ ମାସ ମଧ୍ୟରେ ଜନତାଙ୍କ ପାଇଁ କ’ଣ କରିଛି।
/sambad/media/media_files/2025/03/01/68052640-ebd2-4ce8-b4e3-25861ff38387-649739.jpg)
ଶୁକୃଳି ନିକଟସ୍ଥ ପାଣ୍ଡରଶୀଳ ଗ୍ରାମଠାରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକପ୍ଟର ଯୋଗେ ଅବତରଣ କରିଥିଲେ। ସେ କଡ଼ାସୁରକ୍ଷା ବଳୟରେ ଖିଚିଂ ମନ୍ଦିରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମା କିଚକେଶ୍ଵରୀ ମନ୍ଦିରରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଭିଡ଼ ଲଗାଇଥିଲେ।
/sambad/media/media_files/2025/03/01/68512ec2-fe68-4706-ad20-bd103ee34976-503428.jpg)
ପ୍ରଥମଥର ମୁଁ ବିଧାୟକ ହେବା ସମୟରେ ମା’ କିଚକେଶ୍ଵରୀଙ୍କ ପାଖକୁ ଆଶୀର୍ବାଦ ପାଇଁ ଆସି ସୌଭାଗ୍ୟ ଲାଭ କରିଥିଲି। ବର୍ତ୍ତମାନ ମଧ୍ୟ ମା’ଙ୍କ ଆଶୀର୍ବାଦରୁ ଲୋକଙ୍କୁ ସେବା କରିବାର ସୁଯୋଗ ପାଇଛି। ରାଜ୍ୟ ସରକାର ମା କିଚକେଶ୍ଵରୀଙ୍କ ମନ୍ଦିର ଉନ୍ନତି ଓ ସୋନ୍ଦର୍ଯ୍ୟ ପାଇଁ ପୂର୍ବରୁ ୫୨ କୋଟି ଏବଂ ବର୍ତ୍ତମାନ ୫୦ କୋଟି ସର୍ବମୋଟ ୧୦୨ କୋଟି ଏବଂ ଶିମିଳିପାଳର ଉନ୍ନତି ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶରତ ଚନ୍ଦ୍ର ଦାସଙ୍କ ସମେତ ବହୁ ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ ନିଜ ବ୍ୟକ୍ତବ ରଖିଥିଲେ। ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ରଘୁନାଥ ମୂର୍ମୁଙ୍କୁ ମନେ ପକାଇଥିଲେ। ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ୫୯ ପ୍ରତିଶତ ଆଦିବାସୀ ବାସ କରିଛନ୍ତି। ତାଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନାରେ ଉନ୍ନତି ମୂଳକ ଓ ଲାଭ ଦାୟକ ଯୋଜନା କରାଯାଉଛି। ଏହାବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ଛଉ ଓଡ଼ିଶା ସମେତ ବିଭିନ୍ନ ଦେଶ ବିଦେଶରେ ସୁନାମ କରୁଛି। ଆମ ସରକାର ଯାହା କହନ୍ତି ତାହା କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/01/753b04d7-f79f-43db-88f9-46a31977028f-540157.jpg)