ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ସନ୍ଧ୍ୟାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି। ମୋହନ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି।

Advertisment

ମୋହନ ସରକାରରେ ନୂଆ ଯୋଜନା ଓ କାର୍ଯ୍ୟକ୍ରମ
- ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା - ୧୦ ହାଜର କୋଟି
- ଅନାଥ ଶିଶୁ ମାନଙ୍କ ପାଇଁ ଯଶୋଦା ଯୋଜନା- ୮୩ କୋଟି
- ଆଦର୍ଶ ଶିଶୁ ସମୃଦ୍ଧ ଗ୍ରାମ ପୁରସ୍କାର - ବର୍ଷକୁ ୧୫୦୦ ଗ୍ରାମ ପଞ୍ଚାୟତକୁ ଦିଆଯିବ ପୁରସ୍କାର
- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
- ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା (ଚକ୍ଷୁ ଚିକିତ୍ସା)
- ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା (ପ୍ରାଥମିକ ଶିକ୍ଷା)
- ପଞ୍ଚସଖା ଶିକ୍ଷା ସେତୁ ଯୋଜନା (ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ)
- ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା (ବିଦ୍ୟାଳୟରେ ନାମ ଲେଖା ବୃଦ୍ଧି ପାଇଁ)
- ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା (ସ୍କୁଲ ଡ୍ରପ ଆଉଟ୍ କମାଇବା ପାଇଁ)
- ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ - ବିଶ୍ଵବିଦ୍ୟାଳୟ ଯୋଜନା (ଆଦିବାସୀ ଭାଷା ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ)
- ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି ଯୋଜନା (ପ୍ରତି ବର୍ଷ ୩୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି)
- ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ଲାପଟପ୍ ଦିଆଯିବ
- ଯୁବକ ମାନଙ୍କ ବିକାଶ ପାଇଁ ଯୁବ ଶକ୍ତି ଯୋଜନା
- ଖେଳ ରତ୍ନ ଖୋଜା ଅଭିଯାନ (ଭଲ କ୍ରୀଡାବିତ୍ ଖୋଜିବା ପାଇଁ)
- ଗ୍ରାମାଞ୍ଚଳ ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା
- ଗ୍ରାମାଞ୍ଚଳ ପରିବହନ ଯୋଜନା
- ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା
- ସୁବହାକ କାର୍ଯ୍ୟକ୍ରମ (ଡ୍ରାଇଭର ମାନଙ୍କ ସୁବିଧା ପାଇଁ)
- ସେତୁ ବନ୍ଧନ ଯୋଜନା
- ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା (ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ)
- ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ଲୋ ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇଁ)
- ଓଡ଼ିଶା ବିଦ୍ୟୁତ୍ ସଂଚାରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ବିଦ୍ୟୁତ୍ ସଂଚାରଣ ସୁଦୃଢ କରିବା ପାଇଁ)
- ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା
- ସୌର ଶକ୍ତି ପ୍ରୋତ୍ସାହନ ଯୋଜନା
- "ଉତ୍କର୍ଷ ଉତ୍କଳ" ନିବେଶ ସମ୍ମିଳନୀ (ଓଡ଼ିଶାରେ ଘରୋଇ ପୁଞ୍ଜିନିବେଶ ସହ ବିଦେଶୀ ପୁଞ୍ଜିନିବେଶ)
- ଶିଳ୍ପ କରିଡ଼ର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା
- ଶିଳ୍ପପୁଞ୍ଜର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା
- କନେକ୍ଟ ଓଡ଼ିଶା ଯୋଜନା - ମଲ୍ଟି ମୋଡ଼ାଲ ଲଜିଷ୍ଟିକ ପାର୍କ
- ମେଗା ଫୁଡ୍ ପାର୍କ ପାଇଁ ଆର୍ଥିକ ସହାୟତା ଯୋଜନା
- ରାଜ୍ୟ ରାଜଧାନୀ ଅଞ୍ଚଳରେ ଏଫ୍‌ଡିଆଇ ପାର୍କ ଯୋଜନା
- ଶିଳ୍ପାଞ୍ଚଳରେ ଦିନ ଦୟାଲ କର୍ମଚାରୀ ନିବାସ ଯୋଜନା (ଶ୍ରମିକ ମାନଙ୍କ ପାଇଁ ଘର)
- ଓଡ଼ିଶା ଷ୍ଟାର୍ଟଅପ୍‌ ଅଭିବୃଦ୍ଧି ପାଣ୍ଠିର ପରିକଳ୍ପନା - ୨୫ କୋଟି
- ଷ୍ଟାର୍ଟଅପ୍ ପଲିସି ଅଧିନରେ ଏମ୍‌ଏସ୍‌ଏମ୍‌ଇ ପାଇଁ ଆର୍ଥିକ ସହାୟତା - ୩୫ କୋଟି
- ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା
- ପ୍ରଗତି ପ୍ରବାହ ପତ୍ରିକା (ସରକାରୀ ଯୋଜନାର ପ୍ରଚାର ପ୍ରସାର ଓ ସଚେତନତା ପାଇଁ)
- ହେରିଟେଜ ବିକାଶ ଯୋଜନା
- ସମୃଦ୍ଧ କୃଷକ ଯୋଜନା - ୫ ହାଜର କୋଟି
- ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ
- ଡ୍ୟମ୍‌ ସୁରକ୍ଷା ଏବଂ ଉନ୍ନତୀକରଣ ଯୋଜନା
- ସେଚାଞ୍ଚଳ ଉନ୍ନତିକରଣ ଓ ଜଳ ପରିଚାଳନା ଯୋଜନା
- ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା
- ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା
- ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧ ଲୁଣି ବନ୍ଧ ପ୍ରକଳ୍ପ
- ସିଏମ୍ କିଶାନ ଯୋଜନା