ଭୁବନେଶ୍ବର: ବିଜେପି ସରକାରକୁ ଆସିବା ପରେ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେଇଛି। ଲୋକେ କିପରି ସମସ୍ୟାର ସମ୍ମୁଖୀନ ନହେବେ ସେ ଦିଗରେ ଗୁରୁତ୍ୱର ସହ କାମ କରୁଛନ୍ତି ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତି ସପ୍ତାହରେ ନିଜେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ଆଉ ସମାଧାନ ମଧ୍ୟ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣିକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଅଭିଯୋଗ ଶୁଣିବା ପାଇଁ ସେ ଆରଡିସି ସ୍ତରକୁ ଯିବେ। ଦରକାର ପଡିଲେ ଆଗାମୀ ଦିନରେ ଆରଡିସି ସ୍ତରକୁ ଯିବି ବୋଲି କହିଛନ୍ତି। କେବଳ ରାଜଧାନୀରେ ନୁହେଁ। ରାଜଧାନୀ ବାହାରେ ମଧ୍ୟ ଅଭିଯୋଗ ଶୁଣାଯିବ। ଆବଶ୍ୟକ ପଡିଲେ ଜିଲ୍ଲାସ୍ତରକୁ ଯାଇ ବି ଅଭିଯୋଗ ଶୁଣାଯିବ। ଆଗାମୀ ଦିନରେ ଅଭିଯୋଗ ଶୁଣାଣି ନେଇ ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/39ea83a9-3b53-4451-a231-ea2105f240d9.jpeg)