ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ସାରା ଦେଶ ପ୍ରଶଂସା କରୁଛି। ବାୟୁ ସେନାର ଏପରି ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍।’
Sambad is now on WhatsApp
Join and get latest news updates delivered to you via WhatsApp
Salute the #IndianAirForce for pre-dawn air strikes on terror camps in defence of our Nation. #JaiHind
— Naveen Patnaik (@Naveen_Odisha) February 26, 2019
?? I salute the pilots of the IAF. ??
— Rahul Gandhi (@RahulGandhi) February 26, 2019
ଉଲ୍ଲେଖଯୋଗ୍ୟ, ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଭାରତୀୟ ବାୟୁସେନାର ପାଇଲଟ୍କୁ ସାଲ୍ୟୁଟ୍ ଲେଖି ଏକ ଟୁଇଟ୍ କରିଥିଲେ।