କମାଣ୍ଡର୍‌ ଅଭିନନ୍ଦନଙ୍କ ନିରାପଦ ପ୍ରତ୍ୟାବର୍ତନ କାମନା କରି ଟ୍ଵିଟ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ଦ୍ଧମାନଙ୍କ ପାଇଁ ସାରା ଦେଶ ଦୁଃଖ କରୁଥିବା ବେଳେ ଟୁଇଟ୍‌ରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ଭାରତୀୟ ବାୟୁସେନାର ସାହସକୁ ସାଲ୍ୟୁଟ୍‌ କରିବା ସହ ଅଭିନନ୍ଦନ ସୁରକ୍ଷିତ ଭାବେ ଦେଶକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ଗତକାଲି ପାକିସ୍ତାନ ସେନା ବିବାନ ଏଫ୍‌-୧୬ ଭାରତରେ ଆକ୍ରମଣ ଉଦ୍ୟମ କରିବା ବେଳେ ଭାରତୀୟ ସେନା ଗୁଳି ମାରି ବିମାନଟିକୁ ଖସାଇ ଦେଇଥିଲେ। ସେହିପରି ପାକିସ୍ତାନୀ ସେନା ମଧ୍ୟ ଭାରତର ଏକ ଯୁଦ୍ଧ ବିମାନକୁ ଖସାଇବା ସହ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବନ୍ଦୀ କରି ନେଇ ଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର