ଭଦ୍ରକ: ଭଦ୍ରକ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ରବିବାର ଅପରାହ୍ନ ୩ ଟା ୪୦ ମିନିଟ୍ ସମୟରେ ରାଜ୍ୟ ସରକାରଙ୍କର ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ନେହେରୁ ଷ୍ଟାଡିୟମ ଠାରେ ପହଞ୍ଚିଥିଲେ। ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗୋ ଭଦ୍ରକରେ ପହଞ୍ଚିବା ପରେ ନେହେରୁ ଷ୍ଟାଡିୟମର ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିବା ସହ ଏଇ ଷ୍ଟାଡିୟମକୁ କ୍ରିକେଟ ଗ୍ରାଉଣ୍ଡ କରାଯାଇ ଏଠାରେ ଡେ ନାଇଡ୍ କ୍ରୀଡା ପ୍ରଦର୍ଶନ କରାଯିବ ବୋଲି କହିଥିଲେ। ଷ୍ଟାଡିୟମରେ ପ୍ଲଡ ଲାଇଟର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଥିଲେ। ଏଠାରେ ଉପସ୍ଥିତ ଥିବା କ୍ରୀଡ଼ାପ୍ରେମୀଙ୍କ ସହ ଜିଲ୍ଲାର କ୍ରୀଡାର ବିକାଶ ନେଇ ଆଲୋଚନା କରିଥିଲେ।
ପରେ ୫- ଟି ସଚିବ ଚରମ୍ପାର ଅଗ୍ରେସନ ଭବନଠାରେ ମିସନ ଶକ୍ତିର ମହିଳାମାନଙ୍କ ସହ ଏକ ସମାବେଶରେ ଯୋଗଦେଇ କହିଲେ, ମା’ମାନେ ଆଗକୁ ଗଲେ ରାଜ୍ୟ ଆଗେଇବ। ମହିଳା ସଶକ୍ତୀକରଣ ଉପରେ ସେ ଗୁରୁତ୍ବ ଦେବା ସହ ମିସନ ଶକ୍ତିର ବିଭିନ୍ନ ଯୋଜନା ସଂପର୍କରେ ମହିଳାମାନଙ୍କ ସହ ଆଲୋଚନା କରିବା ସହ ମିସନ ଶକ୍ତି ଦୌଡିଲେ ଓଡ଼ିଶା ଦୌଡିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମା’ମାନଙ୍କର ବିକାଶ ଚାହାନ୍ତି। ମହିଳାମାନେ ରୋଜଗାରକ୍ଷମ ହେଲେ ରାଜ୍ୟ ଆଗକୁ ଯିବ। ଏହି ସମାବେଶ ପରେ ଭଦ୍ରକ ସ୍ବୟଂଶାସିତ କଲେଜରେ ଆୟାଜିତ ଏକ ଛତ୍ର ସମାବେଶରେ ୫-ଟି ସଚିବ ଯୋଗଦେଇ କହିଲେ, ଭଦ୍ରକ ଜିଲ୍ଲାର ସମସ୍ତ କଲେଜ ଗୁଡିକୁ ରୂପାନ୍ତରଣ କରାଯିବ। ଆସନ୍ତା ୬ ମାସ ଭିତରେ ଜିଲ୍ଲାର ସମସ୍ତ କଲେଜକୁ ରୂପାନ୍ତକରଣ କରାଯିବ ବୋଲି ଘୋଷଣା କରିଥିଲେ।
/sambad/media/post_attachments/wp-content/uploads/2023/06/IMG-20230611-WA0043-1024x461.jpg)
ଭଦ୍ରକର ଗେଲପୁରଠାରେ ନିର୍ମାଣ ହୋଇଥିବା ନୂତନ ଜିଲ୍ଲା ମହିଳା ଓ ଶିଶୁ ଡାକ୍ତରଖାନାକୁ ପରିଦର୍ଶନରେ ଯାଇଥିବା ବେଳେ ଏଠାରେ ନିର୍ମାଣ ହେଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟ ବୁଲି ଦେଖିଥିଲେ। ଆସନ୍ତା ଅଗଷ୍ଟ ମାସରେ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉଦଘାଟନ କରାଯିବ ବୋଲି ୫-ଟି ସଚିବ କହିଥିଲେ। ପରେ ଭଦ୍ରକର ସରକାରୀ ହାଇସ୍କୁଲ ପରିସରରେ ଜିଲ୍ଲାର ବିଭିନ୍ନ ନାଗରିକ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ଭଦ୍ରକର ବିଭିନ୍ନ ସମସ୍ୟା ନେଇ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏଇ ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲାରେ ମେଡିକାଲ କଲେଜ ଓ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ମୁଖ୍ୟ ଦାବି ରହିଥିବାବେଳେ ଏଇ ଦୁଇ ପ୍ରମୁଖ ଦାବି ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ମୁହଁରେ ଘୋଷଣା କରିବେ ବୋଲି ୫ ଟି ସଚିବ କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକକୁ ବହୁତ ଭଲ ପାଆନ୍ତି। ଭଦ୍ରକ ଜିଲ୍ଲାବାସୀଙ୍କର ଏଇ ଦୁଇ ପ୍ରମୁଖ ଦାବି ପୂରଣ ହେବ ବୋଲି ଶ୍ରୀ ପାଣ୍ଡିଆନ ନିଜର ବକ୍ତବ୍ୟରେ ଆଭାସ ଦେଇଥିଲେ।
ଜିଲ୍ଲାରେ ବିଶେଷ କରି ଚାଷୀ ସମସ୍ୟାର ଖୁବ୍ ଶିଘ୍ର ସମାଧାନ କରାଯିବ। ଜଳ ସେଚନର ସୁବିଧା କରାଯିବ। ମଠ ମନ୍ଦର, ମସଜିଦ୍ର ଉନ୍ନତୀକରଣ କରାଯିବ। ଭଦ୍ରକର ସର୍ବ ପୂରାତନ ନାଜର ନାଳ ନିର୍ମାଣ କରାଯିବା ନଇେ ଟଙ୍କା ମଂଜୁର ହୋଇଛି। ଏଇ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହୋଇ ଶେଷ କରାଯିବ। ଧାମରା ଅଞ୍ଚଳର ବିକାଶ କରାଯିବା ସହ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯାଇ ଜିଲ୍ଲାର ଅର୍ଥନୀତିର ବିକାଶ କରାଯିବ ବୋଲି କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦିଅନ୍ତିା ତାହା ସେ କାର୍ଯ୍ୟରେ କରିକି ଦେଖାନ୍ତି। ଭଦ୍ରକ ଜିଲ୍ଲାର ବିକାଶ ନେଇ ଆଗକୁ ଆହୁରି ଅନେକ କାମ କରାଯିବ। ଆପଣମାନେ ଯେଉଁସବୁ ସମସ୍ୟା ନେଇ ଦାବି ଉପସ୍ଥାପନ କରିଛନ୍ତି। ତାହା ପୂରଣ କରାଯିବ। ସେହିପରି ସରକାରୀ ବାବାଙ୍କ ପୀଠ, କୁଆଁଶ ଇଦଗାହାର ବିକାଶ କରାଯିବା ନେଇ ସେ ଘୋଷଣା କରିଥିବାବେଳେ ସଂଧ୍ୟାରେ ୫-ଟି ସଚିବ ମା ଭଦ୍ରକାଳୀଙ୍କ ପୀଠ ପରିଦର୍ଶନରେ ଯାଇଥିବା ବେଳେ ମା ଭଦ୍ରକାଳୀଙ୍କ ପୀଠର ବିକାଶ କରାଯିବ ବୋଲି ସେ ଘୋଷଣା କରିଥିଲେ। ଆଜି ଭଦ୍ରକର ଜଳ ସେଚନ ଡାକ ବଙ୍ଗଳାିରେ ରାତ୍ରୀ ଯାପନ କରିଛନ୍ତି। ଆସନ୍ତାକାଲି ସକାଳୁ ସେ ପୁଣି ଭଦ୍ରକରୁ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଚାନ୍ଦବାଲି, ଧାମରା, ବାସୁଦେବପୁର, ଧାମନଗର ଓ ଭଣ୍ଡାରିପୋଖରୀ ଯିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Rgda-Pandian-programme-8.jpg)