ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଘୋଷଣା: ୩୦ ହଜାର ଉଠା ଦୋକାନୀଙ୍କୁ ମିଳିବ ୧୦-୧୦ ହଜାର ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ନବୀନଙ୍କ ଘୋଷଣାରୁ ଉଠାଦୋକାନୀ, ନଡିଆ ଓ କୁକୁଡ଼ା ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍‌ ମିଳିବ। ଏହି ଆଧାରରେ ୩୦ ହଜାର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି। ୧୧ଟି ପୌର ସଂସ୍ଥାର ଉଠା ଦୋକାନୀଙ୍କୁ ୧୦-୧୦ ହଜାର ଟଙ୍କା ସହାୟତା ମିଳିବ।

ନବୀନଙ୍କ ଘୋଷଣା ଅନୁସାରେ ଭାଙ୍ଗି ଯାଇଥିବା ଗୋଟିଏ ନଡିଆ ଗଛ ପାଇଁ ୫୦୦ ଟଙ୍କା ସହାୟତା ମିଳିବ। ଜଣେ ଚାଷୀଙ୍କୁ ସର୍ବାଧିକ ୨୫ଟି ଗଛ ପାଇଁ ସହାୟତା ମିଳିବ। ନବୀନଙ୍କ ସ୍ୱତନ୍ତ୍ର ପ୍ୟାକେଜରୁ କୁକୁଡ଼ା ଚାଷୀ ମଧ୍ୟ ଉପକୃତ ହେବେ। ୫୦୦ ପର୍ଯ୍ୟନ୍ତ କୁକୁଡ଼ା ରଖିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିପାରିବ। ପ୍ରତି କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ୧ ଲକ୍ଷରେ ୭୫ ପ୍ରତିଶତ ସବ୍‌ସିଡି ମିଳିବ। ୨୦୦୦ କୁକୁଡ଼ା ଫାର୍ମକୁ ଏହା ଦ୍ୱାରା ସହାୟତା ମିଳିପାରିବ। ସ୍ୱତନ୍ତ୍ର ପ୍ୟାକେଜ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର