ପିଲାଙ୍କୁ ଉପହାର ଦେଇ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସ୍କୁଲ ପିଲାମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ କଥା ହୋଇଛନ୍ତି। ନବୀନ ପିଲାମାନଙ୍କୁ ଉପହାର ମଧ୍ୟ ଦେଇଛନ୍ତି।

ଏସ୍‌ଓଏସ୍‌ ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ମିଳିବ। ଏହି ଟଙ୍କାରେ ବିକାଶ ମୂଳକ କାମ କରାଯିବ। ଏସ୍‌ଓଏସ୍‌ ଭିଲେଜ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।

ଦୀପାବଳି ଓ କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ଦୀପାବଳି ଓ କାଳୀପୂଜାର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସରେ ପାଳିବା ସହିତ ଏହି ଖୁସିକୁ ଆପଣଙ୍କ ଆଖପାଖରେ ଥିବା ଅସହାର ଲୋକଙ୍କ ସହ ବାଣ୍ଟନ୍ତୁ। ମୋ ବିଶ୍ୱାସ ଏହା ଆପଣଙ୍କୁ ସୁବୁଠୁ ଅଧିକ ଆନନ୍ଦ ଦେବ। ଶୁଭ ଦୀପାବଳି।

ସମ୍ବନ୍ଧିତ ଖବର