ପୂର୍ବତନ ଭାଇସ୍‌ ଆଡମିରାଲ ଏସ.ଏଚ୍‌ ଶର୍ମାଙ୍କୁ ଅଶ୍ରୁଳ ବିଦାୟ: ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ପ୍ରଦାନ

ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ୧୯୭୧ ଭାରତ-ପାକ୍ ଯୁଦ୍ଧର ନାୟକ ଭାଇସ୍‌ ଆଡମିରାଲ ଏସ.ଏଚ୍‌ ଶର୍ମାଙ୍କ ସୋମବାରଦିନ ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି । ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଛି । ତତ୍କା‌ଳୀନ ନୈାସେନା ଅଧିକାରୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପରମ ବିଶିଷ୍ଟ ସେବା ପଦକ ଦିଆଯାଇଥିଲା । ପାକିସ୍ତାନ ବିରୋଧରେ ଭାରତ ବିଜୟର ୫୦ ତମ ପୂର୍ତ୍ତି ଅବସରରେ ସ୍ୱର୍ଣ୍ଣିମ ବିଜୟ ମଶାଲ ବାହାରିଥିଲା । ଏହି ମଶାଲଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଅଣାଯିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୧୯୭୧ ଯୁଦ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଭାଇସ୍‌-ଆଡମିରାଲ ଏସ୍‌.ଏଚ୍‌ ଶର୍ମା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ଥିଲେ। ସେ ‘ପରମ ବିଶିଷ୍ଟ ସେବା ପଦକ’ ଲାଭ କରିଛନ୍ତି । କିଛି ଦିନ ତଳେ ଏହି ବିଜୟର ସ୍ମାରକୀ ‘ସ୍ବର୍ଣ୍ଣିମ ବିଜୟ ମଶାଲ’କୁ ତାଙ୍କ ବାସଭବନକୁ ଅଣାଯିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଶର୍ମା ୧୯୬୫ରେ ଏନ୍‌ଡିଏରେ ଯୋଗ ଦେଇଥିଲେ । ଏନ୍‌ଡିଏରୁ ତାଲିମ ଶେଷ କରି ୧୯୬୮ଜୁନ୍‌ରେ ଆଇଏମ୍‌ଏରେ ଗୋଟିଏ ବର୍ଷ ତାଲିମ ନେଇ କମିସନ୍ ପାଇଥିଲେ ଏବଂ ୧୯୬୯ ଜୁନ୍‌ରେ ଡୋଗ୍ରା ରେଜିମେଣ୍ଟ୍‌ର ୧୫ଡୋଗ୍ରାରେ ସବୁଠୁ ଜୁନିଅର ଅଫିସର୍‌ ଭାବେ ଯୋଗ ଦେଇଥିଲେ । ଶ୍ରୀ ଶର୍ମାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କର ନେତୃତ୍ବକୁ ଏ ଦେଶ କେବେ ବି ଭୁଲିପାରିବ ନାହିଁ ବୋଲି ସେ କହିଛନ୍ତି। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର