ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୯୩୮ ଜଣ ଡାକ୍ତରଙ୍କ ନିଯୁକ୍ତି ଅନୁମୋଦିତ କରିଥିବା ବେଳେ ଶୁକ୍ରବାର ଆଉ ୬୦୦ ଜଣ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ୧୫୩୮ ଜଣ ନୂତନ ଏମବିବିଏସ୍ ଡାକ୍ତର ନିଯୁକ୍ତି ପାଇଛନ୍ତି। ନୂତନ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସଂପୂର୍ଣ୍ଣ ନିଷ୍ଠା ଓ ଦକ୍ଷତାର ସହ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଆଉ ୬୦୦ ଡାକ୍ତରଙ୍କ ନିଯୁକ୍ତି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ସମୁଦାୟ ୧୫୩୮ ଡାକ୍ତର ନିଯୁକ୍ତ
/sambad/media/post_attachments/wp-content/uploads/2019/02/naveen-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)