ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଟିମରେ ଏହା ଜବରଦସ୍ତ ବିଜୟ ବୋଲି ସେ କହିଛନ୍ତି। ଆଗକୁ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟରରେ ଲେଖିଛନ୍ତି, ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଏବଂ ପ୍ରଥମ ଥର ମହିଳା ହକି ଦଳ ଅଲମ୍ପିକର ସେମିଫାଇନାଲରେ ପହଞ୍ଚିବା ସମଗ୍ର ଦେଶ ପାଇଁ ଗୌରବର ବିଷୟ। ୨୦୧୮ରୁ ଓଡ଼ିଶା ଉଭୟ ଜାତୀୟ ଦଳକୁ ପ୍ରୋତ୍ସାହିତ କରିଆସୁଥିବାରୁ ଆମେ ସମସ୍ତେ ଓଡ଼ିଶାବାସୀ ଆଜି ଗର୍ବିତ। ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା।
ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଏବଂ
ପ୍ରଥମଥର ମହିଳା ହକି ଦଳ ଅଲମ୍ପିକର ସେମିଫାଇନାଲରେ ପହଞ୍ଚିବା ସମଗ୍ର ଦେଶ ପାଇଁ ଗୌରବର ବିଷୟ। ୨୦୧୮ରୁ ଓଡ଼ିଶା ଉଭୟ ଜାତୀୟ ଦଳକୁ ପ୍ରୋତ୍ସାହିତ କରିଆସୁଥିବାରୁ ଆମେ ସମସ୍ତେ ଓଡ଼ିଶାବାସୀ ଆଜି ଗର୍ବିତ। ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା।ଜୟ ହିନ୍ଦ୍ #Tokyo2020pic.twitter.com/RupFHLBPPy
— Naveen Patnaik (@Naveen_Odisha) August 2, 2021
ଏଣେ ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ପି. ଭି. ସିନ୍ଧୁ ନୁହଁ, ଭାରତୀୟ ପୁରୁଷ ଓ ମହିଳା ହକି ଦଳ ମଧ୍ୟ ଐତିହାସିକ ପ୍ରଦର୍ଶନ ଦେଖାଇଛନ୍ତି। ଅଗଷ୍ଟ ଆରମ୍ଭରୁ ଦେଶ ଅମୃତ ମହୋତ୍ସବ ଆରମ୍ଭ କରିଛି। ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଶିଖରକୁ ନେବା ପାଇଁ କଠିନ ପରିଶ୍ରମ କରୁଛନ୍ତି।