କେନ୍ଦ୍ର ନିକଟରେ ‘ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା’ ଦାବି କଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ‘ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା’ ଦାବି କରିଛନ୍ତି। ପୁରୁଣା ଦାବିକୁ ନୂଆ ନାଁ ଦେଇ କେନ୍ଦ୍ର ଆଗରେ ଦୋହରାଇଲେ ନବୀନ। ତେବେ ନବୀନ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପରିବର୍ତ୍ତେ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଦାବି କରିଛନ୍ତି।

କେନ୍ଦ୍ରୀୟ ସହାୟତା ୯୦: ୧୦ ଅନୁପାତରେ ଦେବାକୁ ନବୀନ କେନ୍ଦ୍ରକୁ ଦାବି କରିଛନ୍ତ। ଓଡିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେଣୁ ବାତ୍ୟା ‘ଫନି’ ପରେ ଓଡିଶାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏହି ମାନ୍ୟତା ଦେବାକୁ ନବୀନ ମୋଦିଙ୍କୁ କହିଛନ୍ତି। ଏଥି ସହିତ ଖାଲି ଓଡିଶା ନୁହେଁ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସହୁଥିବା ରାଜ୍ୟକୁ ମଧ୍ୟ ଏହି ମାନ୍ୟତା ଦିଆଯାଉ ବୋଲି ନବୀନ ଦାବି ଉପସ୍ଥାପନ କରିଛନ୍ତି। ଏହା ସହ କୋଇଲା ରୟାଲିଟି ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ଆଜି ଉଭୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପାଂଚ ହଜାର କୋଟି ଆର୍ଥିକ ସହାୟତା ସହ ଫନି ପ୍ରଭାବିତଙ୍କ ପାଇଁ ୫ ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ନବୀନ ଦାବି କରିଛନ୍ତି। ଏହା ସହିତ କେନ୍ଦ୍ରୀୟ ସହାୟତ ଶୀଘ୍ର ଯୋଗାଇ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର