ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକୁ ସମ୍ପଦ ଭାବେ ଗ୍ରହଣ କରିଛନ୍ତି। ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ବିବେଚନା କରନ୍ତି। ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି। ପ୍ରତ୍ୟେକ ଲୋକ କିଭଳି ସୁବିଧାରେ ସ୍ୱାସ୍ଥ୍ୟ ସେବା, ଭଲ ଚିକିତ୍ସା ଓ ଶସ୍ତାରେ ଗୁଣାତ୍ମକ ଚିକିତ୍ସା ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଥାନ୍ତି। ସ୍ୱାସ୍ଥ୍ୟସେବାର ଉପଲବ୍ଧିକୁ ନେଇ ବିଜେଡି ଶୁକ୍ରବାର ସମ୍ବାଦିକ ସମ୍ମିଳନୀରେ ଏହା କହିଛି।

Advertisment

ବିଜେଡିର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି, ରାଜ୍ୟ ସରକାର କୋଭିଡ ସମୟରେ ୯୦ ପ୍ରତିଶତ ଲୋକଙ୍କୁ ଟୀକା ଦେଇଛନ୍ତି, ଯାହାକି ଜାତୀୟ ହାରଠାରୁ ମଧ୍ୟ ଅଧିକ। ଭବିଷ୍ୟତରେ କୋଭିଡ ଭଳି ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି। ଲୋକଙ୍କୁ ସୁସ୍ଥ ରଖିବା ପାଇଁ ଖେଳ ଭିତ୍ତିଭୂମିର ବିକାଶ କରାଯାଇଛି। ଓଡ଼ିଶାରେ ୨୨-୨୩ରେ ୨୫୨୫ ଡାକ୍ତର ଓ ୧୦୪୪ ବିଶାରଦ ସୃଷ୍ଟି କରିଛନ୍ତି। ସେହିଭଳି ଗତ ୪ ବର୍ଷରେ ୪ ହଜାର ଡାକ୍ତର, ୯ ହଜାର ନର୍ସଙ୍କୁ ନିଯୁକ୍ତି ଦେଇଛନ୍ତି। ଏମିତି କି ଓଡ଼ିଆ ମାଧ୍ୟମରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଡାକ୍ତରୀ ପାଠରେ ୧୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି।

ବିଜେଡି ମୁଖପାତ୍ର ଶ୍ରୀ ମିଶ୍ର କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଯୋଜନା ମଧ୍ୟରେ ଗରିବ ଲୋକ ବଡ଼ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ପାରୁଛନ୍ତି। ରୋଗୀମାନେ ରାଜ୍ୟର ୬୫୨ ଓ ରାଜ୍ୟ ବାହାରେ ୧୬୪ ଡାକ୍ତରଖାନାରେ ଚିକିତ୍ସିତ ହୋଇ ପାରୁଛନ୍ତି। ଏଥିରେ କୋଟିଏ ଲୋକ ସାମିଲ ହୋଇଛନ୍ତି। ୨୦୨୦ରେ ୭୦ ପ୍ରତିଶତ ଲୋକ ଥିବା ବେଳେ ଏବେ ଏହା ମାତ୍ର ୧୦ ରୁ ୧୧ ପ୍ରତିଶତରେ ପହଁଚିଛି। ନିରାମୟ ଯୋଜନାରେ ମାଗଣାରେ ୭୫୦ଟି ଔଷଧ ମିଳୁଛି। ନିଦାନରେ ମାଗଣାରେ ପରୀକ୍ଷା ହେଉଛି। ୧୦୮ ଆମ୍ବୁଲାନ୍ସ ଦ୍ୱାରା ଲୋକ ଡାକ୍ତରଖାନା ପହଁଚି ପାରୁଛନ୍ତି। ୨୦ ମିନିଟରେ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରୁଛନ୍ତି। ଆମ କ୍ଲିନିକ ପାଇଁ ମଧ୍ୟ ଅନେକ ଲୋକ ସୁବିଧା ପାଇ ପାରୁଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବାୟୁସେନା ମାଧ୍ୟମରେ ଡାକ୍ତରମାନେ ଗାଁକୁ ଯାଇ ଚିକିତ୍ସା କରିବେ। ମୋବାଇଲ କ୍ଲିନିକର ବ୍ୟବସ୍ଥା ହୋଇଛି। ବିଏସକେଓ୍ବାଇ ପାଇଁ ୨୦୦୫ରୁ ୨୦୨୦ ଶିଶୁ ମୃତ୍ୟୁ ହାର ୭୫ ରୁ ୩୬କୁ ଖସିଛି। ମାତୃମୃତ୍ୟୁହାରରେ ବି ଜାତୀୟ ହାରଠୁ ଓଡିଶା କମ୍ ରହିଛି। ମ୍ୟାଲେରିଆ ସର୍ବୋଚ୍ଚ ୯୪ ପ୍ରତିଶତ କମିଛି। ସରକାର କୀଟାଣୁ ନାସକ ମଶାରି ଯୋଗାଇ ଦିଆଯାଇଛି। ଟିବି ମଧ୍ୟ କମିଛି।