ଡାକୋଟା ବିମାନରେ ବିଜୁବାବୁ ତାଙ୍କ ସାହସିକତାର ଶ୍ରେଷ୍ଠତ୍ଵ ଦେଖାଇଥିଲେ: ମୁଖ୍ୟମନ୍ତ୍ରୀ

ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଛି ବିଜୁବାବୁଙ୍କ ଐତିହାସିକ ଡାକୋଟା ବିମାନ। ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ଯ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଜାରୁ ମୁକ୍ତ କରିବାରେ ଅପାର ସଫଳତା। ସେଥିରେ ବିଜୁ ବାବୁଙ୍କ ସହିତ କେବଳ ଜଣେ ସହ ପାଇଲଟ୍ ଥିଲେ, ସେ ହେଉଛନ୍ତି ‘ମୋ ମା’ ଜ୍ଞାନ୍ ପଟ୍ଟନାୟକ।

 

ଏହି ସ୍ୱାଗତ୍ ସମାରୋହରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀଙ୍କୁ, ଡଚ୍ ମାନଙ୍କ କବଜାରୁ ମୁକ୍ତ କରିବାର ଅପାର ସଫଳତାର ଗାଥା ବହନ କରୁଛି।

 

 

View this post on Instagram

 

A post shared by VK Pandian (@vkpandian.odisha)

ସମ୍ବନ୍ଧିତ ଖବର