ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସ୍ଥାନୀୟ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହୋଇ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ।

Advertisment

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିଲାମାନେ, ଗଛ ହିଁ ଜୀବନ। ଗଛ ରହିଲେ ଆମ ପରିବୋ ଭଲ ରହିବ। ପରିବେଶ ଭଲ ରହିଲେ, ଆମେ ସମସ୍ତେ ଭଲ ରହିବା। ତେଣୁ ଆମେ ଗଛର ଯତ୍ନ ନେଲେ, ଗଛ ଆରମର ଯତ୍ନ ନେବ।

ଆପଣମାନେ ଜାଣନ୍ତି, ଫନି ବାତ୍ୟା ଯୋଗୁଁ ଆମର ଉପକୂଳ ଅଂଚଳରେ ବହୁତ କ୍ଷତି ହୋଇଛି। ୨୨ ଲକ୍ଷ ଗଛ ନଷ୍ଟ ହୋଇଛି। ସେଥିପାଇଁ ଆମେ ପୋଷ୍ଟ ଫନି କୋଷ୍ଟାଲ ସେଲଟ୍‌ର ବେଲଟ୍‌ ଆଣ୍ଡ ଆଫୋରେଷ୍ଟ୍ରେସନ୍‌ ମିଶନ ଆରମ୍ଭ କରିଛୁ। ଏଥିରେ ଚଳିତ ବର୍ଷ ୮୦ ଲକ୍ଷ ଗଛ ଲଗାଯିବ। ଏହା ସହିତ ଫନି ଏରିଆରେ ୫୦ ଲକ୍ଷ ଚାରା ବିଭିନ୍ନ ଇଷ୍ଟିଚ୍ୟୁଟ୍‌ ଓ ଜନସାଧାରଣଙ୍କୁ ମାଗଣାରେ ଦିଆଯିବ। ସେହିପରି ଗ୍ରୀନ ମହାନଦୀ ମିଶନ, ଆମ ଜଙ୍ଗଲ ଯୋଜନା, ସବୁଜ ଓଡ଼ିଶା ମିଶନ କାର୍ଯ୍ୟକ୍ରମ ଓ ଆହୁରି ଅନେକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଚଳିତ ବର୍ଷା ଋତୁରେ ରାଜଞ ଜଙ୍ଗଲ ବିଭାଗ ୬ କୋଟି ଗଛ ଲଗାଇବ। ୪ କୋଟି ଗଛ ବିଭିନ୍ନ ଇଷ୍ଟିଚ୍ୟୁସନ, ଅର୍ଗାନାଇଜେସନ ଓ ଜନସାଧାରଣଙ୍କୁ ଦିଆଯିବ।

ମୋର ଅନୁରୋଧ, ଜନସାଧାରଣ ବିଶେଷକରି ସବୁ ପିଲା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ଏବଂ ସବୁଜ ସୁନ୍ଦର ଓଡ଼ିଶା ଗଠନରେ ସହାୟକ ହୁଅନ୍ତୁ।

ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବନ ସଂରକ୍ଷଣ ସମିତି ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଉଳ ଗଛ ଲଗାବା ସହିତ ଚାରା ବଣ୍ଟନ କରିଥିଲେ।