ରାଜ୍ୟର ୫ ସହରରେ ଅକ୍ସିଜେନ କନସନଟ୍ରେଟର ସେବା ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ୫ଟି ସହରରେ ଅକ୍ସିଜେନ କନସନଟ୍ରେଟର ଘରେ ପହଂଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସେବା  ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମେଡିକାଲ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ ଘରେ ଏହି ସେବା ଯୋଗାଇ ଦିଆଯିବ । ରାଜ୍ୟର ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡୋରଷ୍ଟେପ ଅକ୍ସିଜେନ ସେବା ଆରମ୍ଭ କରିଛନ୍ତି ।

 

ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବା ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ କରୋନା ବିରୋଧୀ ଲଢ଼େଇ ସହଜ ହେବ ।

ସମ୍ବନ୍ଧିତ ଖବର