ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରାଙ୍କୁ ଭେଟିଛନ୍ତି। ନିର୍ବାଚନ କମିସନଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ପାଟକୁରା ନିର୍ବାଚନ ଘୁଂଚାଇବାକୁ କମିସନଙ୍କୁ ଅନୁରୋଧ କରିଛି। ସାମୁଦ୍ରିକ ଝଡ଼ ‘ଫୋନି’କୁ ଦୃଷ୍ଟିରେ ରଖି ଘୁଂଚାଇବାକୁ ଅନୁରୋଧ କରିଛି। ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ନିର୍ବାଚନ କମିସନ ଗୁରୁତର ସହ ବିଚାର କରିବେ ବୋଲି ନବୀନ କହିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ସ୍ମାରକ ପତ୍ର ଜରିଆରେ ନବୀନ କହିଛନ୍ତି, ଓଡ଼ିଶା ଏବେ ସମ୍ଭାବିତ ମହାବାତ୍ୟା ‘ଫୋନି’ର ସମ୍ମୁଖୀନ ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସତର୍କ ସୂଚନା ଅନୁସାରେ ଏହି ଘୂର୍ଣ୍ଣିଝଡ଼ କେନ୍ଦ୍ରାପଡ଼ା ଜିଲ୍ଲାରେ ଲାଣ୍ଡଫଲ୍‌ କରିପାରେ। ଉପକୂଳରେ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ହୋଇପାରେ ଏବଂ ପରେ ଏହା ଘଣ୍ଟାପ୍ରତି ୨୦୦ କିଲୋମିଟର ପର୍ଯ୍ୟନ୍ତ ବି ହୋଇପାରେ। ଯାହା ଅନୁମାନ କରାଯାଉଛି ସମ୍ଭାବିତ ବାତ୍ୟା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ବାତ୍ୟା ପ୍ରଭାବିତ କରିବ।

 

ସମ୍ବନ୍ଧିତ ଖବର