ରାଜ୍ୟବାସୀଙ୍କୁ କରୋନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: ‘ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ’

ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କୁ କରୋନା ସଂପର୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ। ଆପଣମାନଙ୍କ ତ୍ୟାଗ ଓ ସହଯୋଗରେ କରୋନା ରାଜ୍ୟରେ ନିୟନ୍ତ୍ରଣରେ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏଥିଲାଗି ଆମର ପ୍ରଶଂସା କରିଛନ୍ତି। ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି, କିନ୍ତୁ ଆତ୍ମସନ୍ତୋଷ ଠିକ୍ ନୁହେଁ, ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ; ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶରେ ସ୍ଥିତି ବିଗିଡ଼ିଛି। ’

‘ତା’ଛଡ଼ା ମହାରାଷ୍ଟ୍ରରେ ସଂକ୍ରମଣ ପାଇଁ ପୁଣି ଥରେ ଲକଡାଉନ ଫେରିଛି। ଆମେ ସତର୍କ ରହିଲେ, ଓଡ଼ିଶାକୁ ଲକଡାଉନ୍ ଆଉ ଫେରିବନି। ବାହାରକୁ ଗଲେ ମାସ୍କ ପିନ୍ଧିବା, ବେକରେ ଝୁଲାଇ ରଖିବା ନାହିଁ। ହାତକୁ ସାବୁନରେ ଧୋଇବା, ମୁହଁ, ନାକ ଓ ଆଖିରେ ହାତ ମାରିବାନି।  ମୋର ଅନୁରୋଧ, ସମସ୍ତେ କୋଭିଡ ନିୟମ ମାନନ୍ତୁ। ’

ଅନ୍ୟପଟେ କୋଭିଡକୁ ନିୟନ୍ତ୍ରଣ କରିବାକୁ ଆମ ରାଜ୍ୟରେ ଏବେ ଟିକାକରଣ ଜାରି ରହିଛି। ସମସ୍ତେ ଏହି ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିଗତ ଦିନମାନଙ୍କରେ କୋଭିଡ ଯୁଦ୍ଧରେ ଅନେକ ଯୋଦ୍ଧା ନିଜର ଜୀବନ ହରାଇଛନ୍ତି। ତେଣୁ ଏବେ ସବୁ ଲୋକ କୋଭିଡ୍ ନିୟମ ପାଳନ କରିବା ହିଁ ସେହି କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ପୁଲିସ ଏବଂ ପ୍ରଶାସନକୁ ମଧ୍ୟ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନ୍ ଅନୁପାଳନ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି। ଲୋକମାନେ ସତର୍କତା ଅବଲମ୍ବନ କରିବା ସହିତ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ନିଜର ଭିଡିଓ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର