ଆସନ୍ତାକାଲି ବାରିପଦା ଯିବେନି ମୁଖ୍ୟମନ୍ତ୍ରୀ ନବୀନ, ପୁରୀରେ ଏସ୍‌ଏଚ୍‌ଜି କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ୱର/ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୫ରେ ବାରିପଦା ଯିବେ ନାହିଁ ବୋଲି ଶୁକ୍ରବାର ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ନବୀନ ପଟ୍ଟନାୟକ ଶନିବାର ବାରିପଦାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ହେବେ ନାହିଁ।

ବାରିପଦା ଠାରେ ମୋଦି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ୪ ଲେନ୍‌ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ଦେଇ ଏଲପିଜି ପାଇପ୍‌ଲାଇନ୍‌ର ଲୋକାର୍ପଣ ସାମିଲ ରହିଛି। ସେହିପରି ରେଲଲାଇନ ଦୋହରୀକରଣ, ବାଲେଶ୍ୱରରେ ଲଜିଷ୍ଟିକ ହବ, ହରିପୁରରେ ଐତିହାସିକ ସ୍ଥଳର ସଂରକ୍ଷଣ ଆଦିର ଲୋକାର୍ପଣ କରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନିକିଆ ପୁରୀ ଗସ୍ତ କରୁଛନ୍ତି। ନବୀନ ପୁରୀର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

ସମ୍ବନ୍ଧିତ ଖବର