ମିଠା ଦହି ଖାଇଲେ ମୁଖ୍ୟମନ୍ତ୍ରୀ, କହିଲେ ବହୁତ ଭଲ ହୋଇଛି, ନିଶ୍ଚୟ ଅର୍ଡର କରିବି

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ଅରିଲୋ ଠାରେ ଅତ୍ୟାଧୁନିକ ଓମଫେଡ଼ ଡ଼ାଏରି ପ୍ଲାଂଟ ଲୋକାର୍ପଣ କରିଛନ୍ତି। ଏହାସହ ବ୍ୟାଟେରୀ ଚାଳିତ ଗାଡିରେ ପୂରା ପ୍ଲାଣ୍ଟ ବୁଲିବା ପରେ ମିଠା ଦହି ଖାଇଛନ୍ତି ନବୀନ । ଏହି ମିଠା ଦହିକୁ ନବୀନ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଆଉ ଏହାସହ ଏହାକୁ ନିଶ୍ଚୟ ଅର୍ଡର କରିବେ ବୋଲି କହିଛନ୍ତି ।

ଡ଼ାଏରୀ ପ୍ଲାଣ୍ଟ ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମଫେଡ଼ର ବିକାଶରେ ୩ଲକ୍ଷ ଚାଷୀଙ୍କର ଅବଦାନ ରହିଛି । ଏହି ୟୁନିଟ ଦ୍ୱାରା ଦିନକୁ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହୋଇପାରିବ । ଏଥିରୁ ଉନ୍ନତମାନର ଲସି, ଘିଅ, ପନିର ଆଦି ଉତ୍ପାଦନ ହୋଇପାରିବ । ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କ ରୋଜଗାର ବଢିବ ।

ଏହି ଅତ୍ୟାଧୁନିକ ଓମଫେଡ଼ ଡ଼ାଏରୀ ପ୍ଲାଂଟ ହେବା ଦ୍ୱାରା ୬ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ରୋଜଗାର ବଢାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଡ଼ାଏରୀ ଫାର୍ମିଂ ୟୁନିଟ ପ୍ରୋସେସିଂ ପ୍ଲାଂଟ ପାଇଁ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ଼ ଯୋଗାଇଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର