ରମାଦେବୀ ବିଶ୍ବବିଦ୍ୟାଳୟରେ ୪ଟି ନବନିର୍ମିତ ସୌଧ ଲୋକାର୍ପିତ, ୧୮ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ନବନିର୍ମିତ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୪ଟି କୋଠା ନିର୍ମାଣ କରାଯାଇଛି । ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମତିଥିରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁନ୍ତଳା କୁମାରୀ ଗ୍ରନ୍ଥାଗାର ସହିତ ଏକାଡେମିକ୍ ବ୍ଲକ୍ -୨, ଏକାଡେମିକ ବ୍ଲକ୍ -୩ ଏବଂ ଅନ୍ବେଷା ଛାତ୍ରୀନିବାସର ଲୋକାର୍ପଣ କରାଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି |

ଏହାସହ ମୁଖ୍ୟମନ୍ତ୍ରୀ ରମାଦେବୀ ବିଶ୍ବବିଦ୍ୟାଳୟ ପାଇଁ ୧୮ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ବିଲ୍ଡିଂ, ଛାତ୍ରୀ ନିବାସ ଓ ଏକାଡେମିକ ବ୍ଲକଗୁଡିକର ନବୀକରଣ ଲାଗି ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ମୁତାବକ, ୩୩ କୋଟି ୯ ଲକ୍ଷ ଟଙ୍କା ବିନିଯୋଗରେ ୪ଟି କୋଠା ନିର୍ମାଣ କରାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରୁ ମିଳିଥିବା ଅର୍ଥରେ ୩ଟି କୋଠା ନିର୍ମାଣ ହୋଇଛି। କୁନ୍ତଳା କୁମାରୀ ପାଠାଗାର ବିଲ୍‌ଡିଂ ନିର୍ମାଣ ଲାଗି ୬ କୋଟି ୫୩ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ଅନ୍ବେଷା ହଷ୍ଟେଲ ଲାଗି ୩ କୋଟି ୭୫ ଲକ୍ଷ ଓ ଏକାଡେମିକ୍‌ ବ୍ଲକ-୨ ନିର୍ମାଣ ପାଇଁ ୧୭ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ଭିତ୍ତିଭୂମି ଫଣ୍ଡ୍‌ରୁ ୫ କୋଟି ୭୬ ଲକ୍ଷ ଟଙ୍କା ବିନିଯୋଗରେ ଏକାଡେମିକ୍‌ ବ୍ଲକ-୩ ପ୍ରତିଷ୍ଠା ହୋଇଛି।

ସମ୍ବନ୍ଧିତ ଖବର