ଭୁବନେଶ୍ବର : ଦକ୍ଷିଣ ଓଡ଼ିଶା ଛାଡି ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ବିଧାନସଭାକୁ ପ୍ରତିନିଧିତ୍ବ କରିବେ। ଲଗାତାର ଚାରି ଚାରି ଥର ହିଞ୍ଜିଳିରୁ ଜିତି ଆସିଥିବା ନବୀନ ପଞ୍ଚମ ଥର କ୍ଷମତାକୁ ଫେରିବା ଲାଗି ଆଜି ଏଭଳି ଏକ ମାଷ୍ଟର େଷ୍ଟ୍ରାକ୍ ଖେଳିଛନ୍ତି।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ନିେଜ ନବୀନ ଏଭଳି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। କହିଛନ୍ତି, “ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ପାଇଁ ସେଠାକାର ନେତାମାନେ ମୋତେ ଅନୁରୋଧ କରିଥିଲେ। ସେମାନଙ୍କ ପ୍ରସ୍ତାବକୁ ମୁଁ ଗୁରୁତ୍ୱର ସହିତ ବିଚାର କରୁଛି।”
ନବୀନଙ୍କର ଏଭଳି ସୂଚନା ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ତେବେ େକଉଁ ଆସନରୁ ନବୀନ ଲଢିବେ, ହଠାତ୍ କାହିଁକି ଏଭଳି ନିଷ୍ପତ୍ତି ନେଲେ ସେ କାର୍ଡ ଖୋଲିନାହାନ୍ତି। ସେପଟେ ରାଜନୈତିକ ସମୀକ୍ଷକମାେନ ନବୀନଙ୍କ ଏଭଳି ପଦକ୍ଷେପକୁ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ନବୀନ କେଉଁ ଆସନରୁ ଲଢିବେ, ସେ ନେଇ ସୋମମବାର ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ମନସ୍ଥିର କରିପାରନ୍ତି। ତେବେ ବିେଜଡିର ଜଣେ ବରିଷ୍ଠ ନେତା କହିଛନ୍ତି, ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳରୁ ପ୍ରାର୍ଥୀ ହେବା ଲାଗି ଶୀର୍ଷସ୍ତରରେ ନବୀନ ପରାମର୍ଶ ନେଉଛନ୍ତି। ବରଗଡର ବିେଜପୁର କିମ୍ବା ସମ୍ବଲପୁର ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି।
ବିେଜଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିବାରୁ ପଶ୍ଚିମ ଓଡ଼ିଶା ସହ ବିଜେଡି ନେତା ନବୀନଙ୍କର ଏକ ଭାବଗତ ସମ୍ପର୍କ ସୃଷ୍ଟି ହୋଇଛି। ଏଣୁ ପଶ୍ଚିମ ଓଡ଼ିଶାର ସମସ୍ତ ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କ ସହ ଅନେକ ଚାଷୀ, ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। େଯ କୌଣସି ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ କୁହାଯାଇଛି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ବିେଜପୁର ଉପନିର୍ବାଚନ ପୂର୍ବରୁ ବରଗଡ ଜିଲ୍ଲା ପାଇଁ ଶହ ଶହ େକାଟି ଟଙ୍କାର ପ୍ରକଳ୍ପ େଘାଷଣା କରାଯାଇଥିଲା। ଏହାର କାର୍ଯ୍ୟାନ୍ବୟନ େହବ ନାହିଁ, ତୁଚ୍ଛା ନିର୍ବାଚନ େଘାଷଣା େବାଲି କହି େଯତେବେଳେ ବିେରାଧୀ ଗର୍ଜନ ତର୍ଜନ କରିଥିଲେ, ରୀତା ସାହୁଙ୍କ େନତୃତ୍ବକୁ ନେଇ ଆପତ୍ତି ଉଠିଥିଲା, ସେତେବେଳେ ନବୀନ ସାମ୍ନାକୁ ଆସିଥିଲେ। ପ୍ରତି ସାଧାରଣ ସଭାରେ ପ୍ରତିଶ୍ରୁତି େଦଇଥିଲେ େଯ ଏହି ନିର୍ବାଚନମଣ୍ଡଳୀର ଦାୟିତ୍ବ େସ ନିଜେ ନେଉଛନ୍ତି। ନିଜେ ପ୍ରତ୍ୟକ୍ଷ ଭାବେ ଏସବୁ କାର୍ଯ୍ୟର ତଦାରଖ କରିବେ। ଅର୍ଥାତ୍ ନବୀନ ପଶ୍ଚିମ ଓଡ଼ିଶାକୁ ସେବେଠାରୁ ଆେଖଇଲେଣି, ଏକଥା ଏବେ ସୂଚନା ମିଳୁଛି।
ଏହି ମହଲର ଆହୁରି କହିବା କଥା େହଉଛି, ନବୀନ ଓଡ଼ିଶା ରାଜନୀତିରେ ପାଦ େଦବା ପରଠାରୁ ଦକ୍ଷିଣ ଓଡ଼ିଶାରୁ ପ୍ରତିନିଧିତ୍ବ କରି ଆସୁଛନ୍ତି। େସ ପ୍ରଥମେ ଆସିକାକୁ ନିଜ କର୍ମସ୍ଥଳୀ ଭାବେ େସଠାରୁ େଲାକସଭାକୁ ପ୍ରତିନିଧିତ୍ବ କରୁଥିଲେ। ପରେ ୨୦୦୦ ମସିହାରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆସି ସେ ହିଞ୍ଜିଳିକୁ ବାଛିଥିଲେ ଓ ସେଠାରୁ ୪ଥର କ୍ରମାଗତ ଜିତିଛନ୍ତି। ଏବେ ବିେଜଡିର ଗଡ଼ ଭାବେ ଦକ୍ଷିଣ ଓଡ଼ିଶା ପରିଗଣିତ େହଉଛି।
ହେଲେ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ଆସନରେ ଉଭୟ ବିେଜପି ଓ କେଂଗ୍ରସର ଶକ୍ତି ବୃଦ୍ଧି ଘଟୁଥିଲା। ଛତିଶଗଡରେ କେଂଗ୍ରସ ବିଜୟ ଲାଭ କରିବା ପରେ େସମାେନ ପଡୋଶୀ ପଶ୍ଚିମ ଓଡ଼ିଶାକୁ େଫାକସ କରୁଥିେଲ। ଏପଟେ ବିେଜପି ମଧ୍ୟ ଏଠାରେ ଭଲ ପ୍ରଦର୍ଶନ କରି ସରକାରଙ୍କ ସହଜ ରାସ୍ତାକୁ କଣ୍ଟକିତ କରିବା ଲାଗି ପାଗ ଭିଡିଛି। ଏଣୁ ନବୀନ ନିଜେ ଉଭୟ ବିେଜପି-କଂଗ୍ରେସକୁ େରାକିବା ଲାଗି ପାଗ ଭିଡିଛନ୍ତି। ନବୀନ ନିଜେ ପଶ୍ଚିମ ଗଡରେ ପଶିବା ପରେ ଏହାର ଏକ ବଡ଼ ପ୍ରଭାବ େଭାଟରଙ୍କ ଉପରେ ପଡିପାରେ େବାଲି ରାଜନୈତିକ ମହଲ ଆକଳନ କରୁଛନ୍ତି। କେବଳ ସେତିକି ନୁେହଁ, ବିେରାଧୀ େଭାଟରେ ମଧ୍ୟ ବିଭାଜନ ଘଟିବ।
ଉେଲ୍ଲଖଯୋଗ୍ୟ, ମେଣ୍ଟ ଭାଙ୍ଗିବା ପରେ ପଶ୍ଚିମ ଓଡ଼ିଶାରେ ବିେଜପି ସେଭଳି ଦୁର୍ବଳ େହାଇନାହିଁ। ୨୦୦୯ରେ ପଶ୍ଚିମ ଓଡିଶାର ୫ଟି ଲୋକସଭା ଆସନରୁ ୪ଟିରେ କଂଗ୍ରେସ ଜିତିଥିଲା। ୨୦୧୪ରେ ପଶ୍ଚିମ ଓଡ଼ିଶାର ଏହି ଆସନ ଗୁଡିକରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। କେବଳ ସୁନ୍ଦରଗଡ ଲୋକସଭା ଆସନକୁ ଛାଡିଦେଲେ ଅନ୍ୟ ୪ଟି ଲୋକସଭା ଆସନରେ ବିଜୟ ଧ୍ୱଜା ଉଡାଇଥିଲା ବିଜେଡି। ହେଲେ ବିଧାନସଭାରେ ତଥାପି ବିେଜପି ଭଲ ଆସନ ଦଖଲ କରିଥିଲା। କନକ ବର୍ଧନ ସିଂହଦେଓଙ୍କ ଠାରୁ ଆରମ୍ଭ କରି ପ୍ରଦୀପ ପୁେରାହିତ, ନିେତଶ ଗଙ୍ଗଦେବ, ଦି୍ଲୀପ ରାୟ, ରାଧାରାଣୀ ପଣ୍ଡା ପ୍ରମୁଖ ଜିତିଥିଲେ।
ଏଣୁ ଏଥର ଉଭୟ କେଂଗ୍ରସ ଓ ବିେଜପିକୁ ଦୁର୍ବଳ କରିବା ଲାଗି ବିେଜଡି ଆରମ୍ଭରୁ କସରତ ଚଳାଇଛି। କଂଗ୍ରେସ ଶିବିରରୁ େଯାଗେଶ ସିଂହ, ନବ ଦାସ, ସୁନୀତା ବିଶ୍ବାଳଙ୍କୁ ଦଳରେ ମିଶାଇ ସାରିଲେଣି। ଏବେ ଦିଲୀପ ରାୟଙ୍କ ସହିତ ବିଜେଡି ସଂପର୍କ ବଢାଇଥିବା ବେେଳ ଆହୁରି ଅନେକ େନତା ବିେଜଡି ଆସିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। େସହିପରି ବିଶିଷ୍ଟ କବି ହଳଧର ନାଗଙ୍କୁ େକନ୍ଦ୍ର ସରକାର ପଦ୍ମଶ୍ରୀ େଦଇଥିବା ବେଳେ ନବୀନ ହଳଧରଙ୍କ କ୍ୟାନସର ହସ୍ପିଟାଲ ଦାବିକୁ ତତ୍କାଳ ପୂରଣ କରିଥିଲେ। ତାଙ୍କ ନାମରେ ଗବେଷଣା େକନ୍ଦ୍ର େଖାଲିବା ଲାଗି ନିଷ୍ପତ୍ତି େନଇଥିଲେ।