ଏ ବର୍ଷ ହୋଲି ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : କରୋନା ପାଇଁ ଚାରିଆଡ଼େ ସତର୍କତା ଜାରି ହୋଇଥିବାରୁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଲି ଉତ୍ସବ ପାଳିବାକୁ ମନା କରିଦେଇଛନ୍ତି। ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଛି। ବିଶ୍ବରେ ୮୦ରୁ ଅଧିକ ଦେଶ କରୋନା ପ୍ରଭାବିତ ହେବା ସହ ଭାରତରେ ୩୧ ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସ୍ପର୍ଶ ଯୋଗୁଁ ଏହି ରୋଗ ବ୍ୟାପିବା ଆଶଙ୍କା ଥିବାରୁ ଏଥରକ ହୋଲି ଉତ୍ସବ ପାଳନ ନ କରିବାକୁ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ମଧ୍ୟ ପୂର୍ବରୁ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର