୫୮୭ ଥାନାର ଦକ୍ଷତା ବୃଦ୍ଧି ପାଇଁ ସାଢ଼େ ୧୭ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁଲିସ ଥାନାଗୁଡ଼ିକ ଯେପରି ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବେ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭ କୋଟି ୫୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହି ଅର୍ଥ ଅତିରିକ୍ତ କଣ୍ଟିଜେନ୍ସି ପାଣ୍ଠି ବାବଦରେ ପ୍ରଦାନ କରାଯିବ।

‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଥାନାଗୁଡ଼ିକରେ ଜନସାଧାରଣ କିପରି ସେବା ପାଉଛନ୍ତି,ସେ ସମ୍ପର୍କରେ ନିୟମିତ ଜନାସାଧାରଣଙ୍କ ମତାମତ ସଂଗ୍ରହ କରୁଛନ୍ତି। ସୋମବାର ବିଭିନ୍ନ ଥାନା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପାଣ୍ଠି ଘୋଷଣା କରିଛନ୍ତି ସେଥିରେ ଭୁବନେଶ୍ବର-କଟକ ପୁଲିସ କମିସନରେଟ୍ ଅଧୀନରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି। ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଓ ୩୫୧ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସେହିପରି ମହିଳା ଥାନା ସମେତ, ୫ଟି ଟ୍ରାଫିକ୍ ଥାନା, ୧୫ଟି ରେଳବାଇ ଥାନା, ୪ଟି ସାଇବର୍ ଥାନା, ଅର୍ଥନୈତିକ ଅପରାଧ ଥାନା, ଏସଟିଏଫ୍, ଏଚ୍ଆରପିସି ଥାନା ଓ କ୍ରାଇମ ବ୍ରାଞ୍ଚ୍ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହାସହିତ ୧୮ଟି ସାମୁଦ୍ରିକ ଥାନାଗୁଡ଼ିକ ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର