ନିଟ୍ ଟପର୍ ସୋଏବଙ୍କ ସହ କଥାହେଲେ ନବୀନ

ଭୁବନେଶ୍ୱର : ସାରା ଦେଶରେ ନିଟ୍ ଟପର୍‌ ହୋଇଥିବା ଓଡ଼ିଆ ପୁଅ ସୋଏବ ଅଫତାବଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏହି ଅବସରରେ ନବୀନ ତାଙ୍କୁ ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହାସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ମଧ୍ୟ କାମନା କରିଥିଲେ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌ ପାଇ ଖୁସି ବ୍ୟକ୍ତ କରିଛନ୍ତି ସୋଏବ।

ସୋଏବ ଚଳିତ ନିଟ୍ ପରୀକ୍ଷାରେ ଦେଶରେ ସର୍ବୋଚ୍ଚ ସ୍ଥାନରେ କେବଳ ରହିଛନ୍ତି ତା ନୁହେଁ, ମୋଟ ୭୨୦ ନମ୍ବରରୁ ସୋଏବ ୭୨୦ ନମ୍ବର ରଖିଛନ୍ତି। ସୋଏବଙ୍କ ଏହି ସଫଳତା ରାଜ୍ୟବାସୀଙ୍କୁ ଗର୍ବିତ କରିଛି। ନିଟ୍‌ରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବାରେ ସୋଏବ ଓଡ଼ିଶାର ପ୍ରଥମ ଛାତ୍ର।

ସମ୍ବନ୍ଧିତ ଖବର