ସୌମ୍ୟରଞ୍ଜନଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର : ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇ ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସା‌ଧୀନ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ବର୍ତ୍ତମାନ ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି। କରୋନା ପଜିଟିଭ୍ ଚିହ୍ନଟ ଜଣାପଡିବା ପରେ ସେହିଦିନ ମୁଖ୍ୟମନ୍ତ୍ରୀ ଟେଲିଫୋନ୍ ଯୋଗେ ଶ୍ରୀ ପଟ୍ଟନାୟକଙ୍କ ସହିତ କଥା ହୋଇ ଆଶୁ ଆରୋଗ୍ୟ କାମନା କରିଥିଲେ।

ସମ୍ବନ୍ଧିତ ଖବର