ଭୁବନେଶ୍ୱର : ନୂଆ ସରକାର ଗଠନ ଲାଗି ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ଗୋଟିଏ ଦିନରେ ବିଜେଡିର ନବ ନିର୍ବାଚିତ ବିଧାୟକମାେନ ପୁଣି ଥରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳର ନେତା ଭାବେ ମନୋନୀତ କରିଛନ୍ତି। ନବୀନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଛନ୍ତି। ଆଉ ଦାବି ଯଥାର୍ଥ ବୋଲି ଜଣାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଲାଗି ନବୀନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଆମନ୍ତ୍ରଣ କରିଛନ୍ତି। ଆସନ୍ତା ୨୯ ତାରିଖ ଦିନ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦ ପଦ ଓ େଗାପନୀୟତାର ଶପଥ େନବେ। ଏଥିସହିତ ନବୀନ ଓଡ଼ିଶାରେ ପଞ୍ଚମ ପାଳି କାର୍ଯ୍ୟ ଆରମ୍ଭ କରିବେ।

Advertisment

ଅନ୍ୟପକ୍ଷରେ ରାଜନୀତି ଶିଖିବାର ଅଛି ତ ନବୀନ ପଟ୍ଟନାୟକଙ୍କଠାରୁ ଶିଖ। ଆପ୍ େନତ୍ରୀ ଅଳକା ଲାମ୍ବାଙ୍କର ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି। ନବୀନଙ୍କ ସଫଳତାର ରହସ୍ୟ କ’ଣ, ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲିଛି। ଠିକ୍ ଏମିତି ସମୟରେ ନିଜେ ମୁଖ୍ୟମନ୍ତ୍ରୀ ଆଜି ଏହା ଉପରୁ ପରଦା ହଟାଇଛନ୍ତି। ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ନବ ନିର୍ବାଚିତ ବିଧାୟକମାେନ ତାଙ୍କୁ େନତା ନିର୍ବାଚିତ କରିବା ପରେ ନବୀନ େଦଇଥିବା ବକ୍ତବ୍ୟରେ ଏହା ସ୍ଥାନ ପାଇଛି।

ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କୁ କୃତଜ୍ଞତା ଜଣାଇ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟର ଲୋକେ ପଞ୍ଚମ ଥର ପାଇଁ ଭରସା କରିଛନ୍ତି। ସେମାନଙ୍କ ଆଶା ଭରସା ପୂରଣ କରିବାକୁ ପଡ଼ିବ।ଏଥିପାଇଁ ପ୍ରତି ମୁହୂର୍ତରେ ପରିଶ୍ରମ କରିବାକୁ ହେବ। ବିଜେଡିର ଲଗାତାର ସଫଳତା ନେଇ ଯେତେବେଳେ ଲୋକେ ପଚାରନ୍ତି ଏହାର ଉତ୍ତରରେ ଦୁଇଟି କଥା କୁହାଯାଇପାରେ। ରାଜନୈତିକ ଜୀବନରେ ସରଳତା ରଖି ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ବ ଦେଇ ସମାଧାନ ଏବଂ ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ଯୋଗୁଁ ବିଜେଡିକୁ ଏହି ସଫଳତା ମିଳୁଛି। ଏହି ଅବସରରେ ନବ ନିର୍ବାଚିତ ବିଧାୟକଙ୍କୁ ଦୁଇ ଫର୍ମୁଲା େଦଇଥିଲେ। କହିଥିଲେ, ‘ସରଳ ହୁଅ, ଲୋକଙ୍କ ସହ ଯୋଡ଼ି ହୋଇ ରୁହ’।

ଏହାପୂର୍ବରୁ ରବିବାର ଅପରାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ବିଧାୟକ ଦଳ ବୈଠକରେ ନବନିର୍ବାଚିତ ବିଧାୟକ ଉପସ୍ଥିତ ରହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେତା ଭାବେ ଚୟନ କରିଥିଲେ। ଲଗାତାର ଭାବେ ନବୀନଙ୍କ ନେତୃତ୍ବରେ ପଞ୍ଚମ ଥର ପାଇଁ ବିଜୁ ଜନତା ଦଳ ରାଜ୍ୟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତାଙ୍କ ଯୋଗୁଁ ସେମାନେ ନିର୍ବାଚିତ ହୋଇଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ବିଧାୟକମାନେ କୃତଜ୍ଞତା ଜଣାଇଥିଲେ।

ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବିଧାୟକ ଦଳ ନେତା ପାଇଁ ନବୀନ ପଟ୍ଟନାୟକଙ୍କ ନାମ ଉପରେ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ଦଳର ବରିଷ୍ଠ ନେତ୍ରୀ ତଥା ଚିକିଟି ବିଧାୟିକା ଉଷାଦେବୀ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ସମର୍ଥନ କରିଥିଲେ। ପରେ ନୂଆ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିବା ମହିଳା ବିଧାୟିକାଙ୍କ ଭିତରେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କୁ ସମର୍ଥନ କରିବା ପାଇଁ ଶ୍ରୀ ଆରୁଖ ଆମନ୍ତ୍ରଣ କରିଥିଲେ।

ବିଧାୟକ ଦଳ ବୈଠକ ପରେ ଶ୍ରୀ ପଟ୍ଟନାୟକ ରାଜଭବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ େନତୃତ୍ବରେ ରାଜ୍ୟରେ ନୂଆ ସରକାର ଗଠନ େହବ। ସେହିଦିନ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ େଗାପନୀୟତାର ଶପଥ ପାଠ କରାଇବେ।