ଓଡ଼ିଶା ରେଫରେନ୍ସ ଆନୁଆଲ୍‌-୨୦୧୭ ଉନ୍ମୋଚିତ

ଖୁବ୍‌ ଶୀଘ୍ର ଓଡ଼ିଆ ସଂସ୍କରଣ

ଭୁବନେଶ୍ୱର : ‘ଓଡ଼ିଶା ରେଫରେନ୍ସ ଆନୁଆଲ୍‌-୨୦୧୭’ର ଇଂରାଜୀ ସଂସ୍କରଣ ଆଜି ଉନ୍ମୋଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଥିଲେ। ଏହି ସଂସ୍କରଣରେ ୧୩ଟି ଅଧ୍ୟାୟ ରହିଛି। ଏଥିରେ ଓଡ଼ିଶାର ଇତିହାସ, ଜନସଂଖ୍ୟା, ଆଧୁନିକ ଓଡ଼ିଶାର ନିର୍ମାତା, ଜଗନ୍ନାଥ ସଂସ୍କୃତି, କଳା ଓ ସଂସ୍କୃତି, ବିଭିନ୍ନ ଅଧିନିୟମ ଓ ନିୟମାବଳୀ, ସରକାରୀ ନୀତି, ପ୍ରେସ୍‌ ଓ ମିଡିଆ ଆଦି ସମ୍ବନ୍ଧରେ ଅନେକ ତଥ୍ୟ ସମ୍ବଳିତ ବିଷୟବସ୍ତୁ ସ୍ଥାନିତ ହୋଇଛି। ୩୧୮ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକଟି ଛାତ୍ରଛାତ୍ରୀ, ଗବେଷକ, ଲେଖକ ଓ ସର୍ବସାଧାରଣଙ୍କ ନିମନ୍ତେ ବେଶ୍‌ ଉପାଦେୟ ହେବ। ପ୍ରଥମ ଥର ପାଇଁ ‘ଓଡ଼ିଶା ରେଫରେନ୍ସ ଆନୁଆଲ୍‌’ର ଓଡ଼ିଆ ସଂସ୍କରଣ ଖୁବ୍‌ଶୀଘ୍ର ଲୋକାର୍ପିତ ହେବ। ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସୁରେନ୍ଦ୍ର କୁମାର, ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଲେନିନ୍‌ ମହାନ୍ତି ଏବଂ ଗବେଷଣା ଓ ତଥ୍ୟ ସୂଚନା ଅଧିକାରୀ ଜ୍ୟୋତିର୍ମୟୀ ସାମନ୍ତରାୟଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର